ଯୋଗମାୟା ପୀଠରେ ଘୁମୁରା ୨୦୨୫ ର ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

କେସିଙ୍ଗା ତା ୨୪.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଯୋଗମାୟା ପୀଠ ପରିସରରେ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତଙ୍କ ତତ୍ତ୍ଵାବଧାନରେ ଘୁମୁରା ୨୦୨୫ ର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ର ଲୋଗୋ ଉନ୍ମୋଚନ ଓ ୨୭ତମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଆଜି ମଙ୍ଗଳବାର ଶୁଭାରମ୍ଭ କରିଥିଲେ । ପ୍ରଥମେ କୁଣ୍ଡାବନ୍ଧ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଶୁଭାରମ୍ଭ ହୋଇଯାଇଛି। ଏହି ଉଦ୍ଘାଟନ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକା ନନ୍ଦ ମହାନନ୍ଦ, ଲୋକ ସମ୍ପର୍କ ସୂଚନା ଅଧିକାରୀ ହଳଧର ନିଆଲ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ। କଳାହାଣ୍ଡି ଉତ୍ସବର ମହତ୍ଵ ଓ ଲୋଗୋ ବିଷୟରେ ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ବ୍ଲକ ପକ୍ଷରୁ ଚାରିଟି ଷ୍ଟଲ୍ ଯଥା ଚିକିତ୍ସାଳୟ, ଗ୍ରାମୀଣ ଗୃହ, ସ୍ଵଚ୍ଛ ଭାରତ ମିଶନ ଆଦି ଷ୍ଟଲ୍ ଖୋଲା ଯାଇଥିଲା। ଶେଷରେ ଘୁମୁରା, ସମ୍ବଲପୁରୀ ନାଚ, ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *