
କେସିଙ୍ଗା- ୨୫/୧୨ ରାଜ୍ୟ ବିଜେପି ସରକାର ତା’ର ନିର୍ବାଚନ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା ଯେ ଆମେ ଯଦି ଶାସନକୁ ଆସିବୁ ବିଭିନ୍ନ ଲୋଭନୀୟ ଯୋଜନା ମାନ ଘୋଷଣା କରିଥିଲେ। ସେଥିମଧ୍ୟରୁ ସମସ୍ତ ସାମାଜିକ ସୁରକ୍ଷା ହିତାଧିକାରୀ ଓ ଭିନ୍ନକ୍ଷମ ମାନଙ୍କୁ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରିବା ସହିତ ୮୦ ବର୍ଷର ବୃଦ୍ଧବୃଦ୍ଧା ଓ ୮୦% ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରିବୁ। କିନ୍ତୁ ବିଜେପି ସରକାର ରାଜ୍ୟରେ ୬ ମାସରୁ ଊର୍ଦ୍ଧ୍ବ ସମୟ ହେଲା ଶାସନ କରି ଆସୁଥିଲେ ହେଁ ତା’ର ପ୍ରତିଶ୍ରୁତି ଭୁଲିଗଲାଣି। ତେଣୁ ସମଗ୍ର ରାଜ୍ୟରେ ଥିବା ସାମାଜିକ ସୁରକ୍ଷା ହିତାଧିକାରୀ ଓ ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଏପରିକି ଏହାର ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନର ମୁଣ୍ଡ ଟେକିଲାଣି। ଏଠାରେ ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସରକାର ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ମାସିକ ୪୦୦୦ ଟଙ୍କା ଭତ୍ତା ପ୍ରଦାନ କରୂଥିଲା ବେଳେ ଅନ୍ୟ ରାଜ୍ୟ ସରକାର ୧୦୦୦ ଟଙ୍କାରୁ ଉର୍ଦ୍ଧ୍ଵ ଭତ୍ତା ପ୍ରଦାନ କରୁଛନ୍ତି । ତେବେ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଆମ ରାଜ୍ୟ ତଥା ଡବଲ ଇଞ୍ଜିନ ସରକାର ୩୦୦୦ ଟଙ୍କା ଭତ୍ତା ଦେବାରେ ଏତେ କାର୍ପଣ୍ୟ କାହିଁକି ? ସେହିପରି ସୁଭଦ୍ରା ଯୋଜନାରୁ ନେଇ ମଧ୍ୟ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କାରଣ ସରକାରଙ୍କ ସଂକଳ୍ପ ପତ୍ର ଅନୁଯାୟୀ ୨ ବର୍ଷ ଭିତରେ ୫୦ ହଜାର ଟଙ୍କାର ଭାଉଚର୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ କହୁଛନ୍ତି ୫ ବର୍ଷରେ ୫୦ ହଜାର ଟଙ୍କା ଦେବୁ। ଏନେଇ ମଧ୍ୟ ମହିଳା ମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ଲାଗି ରହିଛି। ଏବେ ଖୁସିରେ ଖୁସିରେ ୫ ହଜାର ଟଙ୍କା ନେଉଥିଲେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ସରକାରଙ୍କ ତରଫରୁ ଯାହା ମିଳୁଛି ତାକୁ ନେଇଯିବା। କିନ୍ତୁ ଠିକ୍ ସମୟରେ ଏହାର ଜବାବ ଦେବା ବୋଲି ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି । ସରକାର ଆଶା କରିଛନ୍ତି ମହିଳା ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କିନ୍ତୁ ତାହା ଆଗାମୀ ଦିନରେ ବୃଥା ହେବ ବୋଲି ଜଳ ଜଳ ଦେଖାଗଲାଣି। କାରଣ ଏକ ସମ୍ବାଦପତ୍ରର ସର୍ଭେ ଅନୁସାରେ ରାଜ୍ୟ ସରକାର ଙ୍କ ୬ ମାସରେ କାର୍ଯ୍ୟର ସଫଳତା ହାର ମାତ୍ର ୧୭ ରୁ ୧୮ ପ୍ରତିଶତ ଥିବା ଜଣାଯାଇଛି। ତେଣୁ ରାଜ୍ୟ ସରକାର ବେଳହୁଁ ସାବଧାନ ହେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।