
କେସିଙ୍ଗା-୨୫/୧୨ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ପରିସରରେ ଗତକାଲି ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସମୁଦାୟ ୩୬୮ ଜଣ ପଞ୍ଜିକୃତ କରିଥିବା ବେଳେ ଡ଼ାକ୍ତର ମାନଙ୍କ ପରୀକ୍ଷା ପରେ ୧୦୭ ଜଣଙ୍କୁ ଦିବ୍ୟାଙ୍ଗ ଭାବେ ଚିହ୍ନଟ । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ହ୍ବୁଲି ଚେୟାର ପ୍ରଦାନ କରାଯାଇଥିଲା। ଏହି ଶିବିରରେ ବିଡ଼ିଓ ସିଦ୍ଧେଶ୍ୱର ମେହେର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କହଁର ସିଡିପିଓ କଳ୍ପଲତା ତ୍ରିପାଠୀ, ଜିଲ୍ଲା ଭିନ୍ନକ୍ଷମ ମଞ୍ଚ ସମ୍ପାଦକ ଡୋଳାମଣି ପ୍ରଧାନ ଓ ବ୍ଲକ ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ। ଏମାନେ ସରକାରଙ୍କ ତରଫରୁ ଦିବ୍ୟାଙ୍ଗମାନଙ୍କ ପାଇଁ ଥିବା ବିଭିନ୍ନ ଉନ୍ନୟନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଭିନ୍ନକ୍ଷମ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡଃ. ନିବେଦିତା ମହାରଣା, ଡଃ ରୁବିନା ଖେତାନ, ଡଃ ଅରୁଣ ଗିରି, ଡଃ ପ୍ରବୀଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।