କଲମପୁର-୨୬/୧୨ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ପଣ୍ଡାଙ୍କୁ ବଡକୁଟ୍ରୁ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବା ଜଣାପଡ଼ିଛି। ହାରାମାଲ ସ୍କୂଲର ଛାତ୍ରୀ ଓ ମହିଳା କର୍ମଚାରୀଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇଲା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଡିଇଓ ଏହାର ତଦନ୍ତ ଦାୟିତ୍ୱ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକଙ୍କୁ ଦେଇଥିଲେ। ବିଇଓ ନାଏକ ଏବିଇଓ ହେମନ୍ତ ପଣ୍ଡା, ବରଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ ମେହେର ଓ ବେଲପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ମୁଣ୍ଡଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ। ଉକ୍ତ ଟିମ୍ ହାରାମାଲ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରି ଏକ ରିପୋର୍ଟ ଡିଇଓଙ୍କୁ ପ୍ରଦାନ କରିଥିଲେ। ଏହି ତଦନ୍ତ ରିପୋର୍ଟକୁ ଆଧାର କରି ଡିଇଓ ତାଙ୍କ କାର୍ଯ୍ୟାଳୟ ଚିଠି ନଂ ୮୭୩୭/ ଅନୁସାରେ ହାରାମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ବଡକୁଟ୍ରୁ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରିଛନ୍ତି।