ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ବିଭାଗର ଅବହେଳା ଯୋଗୁଁ ଲଗାଣ ବର୍ଷାରେ ରାସ୍ତା ବେହାଲ

କେସିଙ୍ଗା- ୨୬.୧୨. ( ପ୍ରିତେଶ ପଟେଲଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆରଡବ୍ଲୁଏସ୍ଏସ୍) ର ଅବହେଳା ଯୋଗୁଁ କେସିଙ୍ଗା- ରୁପ୍ରା ରାସ୍ତାରେ ଏକ ବିପଦପୂର୍ଣ୍ଣ ପରିସ୍ଥିତି ଉପୁଜିଛି। ଗ୍ରାମୀଣ ସଡକଗୁଡ଼ିକ ଅପେକ୍ଷାକୃତ ସଂକୀର୍ଣ୍ଣ ଏବଂ ପାଇପ୍ ଲାଇନ ବିଛାଇବା ପାଇଁ ନାଳ ଖୋଳାଯାଇଥିଲା। କିନ୍ତୁ କିଛି ପାଇପ୍ ବିଛାଯାଇଥିଲେ ମଧ୍ୟ ସେହି ସ୍ଥାନରେ ନାଳ ସଠିକ୍ ଭାବରେ ପୂରଣ ହୋଇନଥିବାରୁ ରାସ୍ତା ଦେଇ ଯାଉଥିବା ଯାନଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି କାଲି ହୋଇଥିବା ଲଗାଣ ବର୍ଷା ହେତୁ ଯାନବାହାନଗୁଡିକ ପାଇପ୍ ଲାଇନ ବିଛାଇବା ପାଇଁ ଖୋଳା ଯାଇଥିବା ନାଳ ଭିତରକୁ ଗାଡି ଚକ ପଶିଯିବା ଫଳରେ କାଦୁଅରୁ ଗାଡି ବାହାର କରିବା ପାଇଁ ଚାଳକ ବହୁତ ହଇରାଣ ହରକତ ହୋଇଥାନ୍ତି ଏବଂ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published. Required fields are marked *