ଧର୍ମଗଡ ବିଧାନସଭା ମଣ୍ଡଳୀ ବିକାଶ କମିଟୀ ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା: ୨୬/୧୨ କଳାହାଣ୍ଡି ଜିଲ୍ଳାର ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟୀ ବୈଠକ ଆଜି ଧର୍ମଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ସମୀକ୍ଷା ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଅନୁସୂଚିତ ଜାତି, ଜନଜାତି,, ଖାଦ୍ୟ ସୁରକ୍ଷା, ସହର ଏବଂ ଗ୍ରାମ୍ୟ ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ, ଖଣି ସମସ୍ୟା, ଶ୍ରମିକ ସମସ୍ୟା, ଗମନା ଗମନ, ସାମାଜିକ ସୁରକ୍ଷା, ପଶୁପାଳନ, କୃଷି,ମତ୍ସ, ଜଳ ସେଚନ, ଧାନ କ୍ରୟ ବିକ୍ରୟର ସୁବ୍ୟସ୍ଥା ଉପରେ ଆଲୋଚନା କରାଯାଇଥିଲା l ଧର୍ମଗଡ ବିଧାନସଭା ମଣ୍ଡଳୀର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ସମ୍ପର୍କରେ ବିଧାୟକ ଶ୍ରୀ ପାଟଯୋଷୀ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ଧର୍ମଗଡ ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଜଳସେଚନ, ଗମନାଗମନ ଇତ୍ୟାଦି କ୍ଷେତ୍ରରେ ଉନ୍ନତି ଓ ବିକାଶ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଯତ୍ନବାନ୍ ହୋଇ ଲୋକଙ୍କ ହିତରେ ସେବା ମନୋଭାବ ନେଇ କାମ କରିବା ପାଇଁ ବିଧାୟକ ଶ୍ରୀ ପାଟ୍ଟଯୋଶୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନର ସରକାର ହେଉଛନ୍ତି ଲୋକଙ୍କର ସରକାର, ଜନସାଧାରଣଙ୍କ ହିତରେ ସମସ୍ତ ସରକାରୀ ଅଧିକାରୀ କର୍ତ୍ତବ୍ୟ ନିଷ୍ଠା ଭାବରେ କାର୍ଯ୍ୟ କରିବା ପାଇଁ ମାନ୍ୟବର ବିଧାୟକ ପରାମର୍ଶ ଦେଇଥିଲେ। ବିଶେଷ କରି ବିକାଶ ମୂଳକ କାର୍ଯ୍ୟରେ ବିଭାଗୀୟ ଆଧିକାରୀ ମାନେ ବିଶେଷ ଗୁରୁତ୍ୱ ଦେବାକୁ ଶ୍ରୀ ପାଟଯୋଷୀ ପରାମର୍ଶ ଦେଇଥିଲେ l ଏହି ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧକାର ଦୟାମୟ ପାଢ଼ୀ, ଡି ଏଫ୍ ଓ, କଲାଇ ବନାନ୍, ଉପ ଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚାକମା, ଉପ ନିର୍ଦେଶକ ଜ଼ିଲ୍ଲା ଯୋଜନା ଓ ସମନ୍ଵୟ ବିଭାଗର ଶ୍ରୀକାନ୍ତ ଦଲେଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁଚେତା ପାଣି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମଳୟ କୁମାର ପରିଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର, ଧର୍ମଗଡ଼, କୋକସରା, କଲମପୁର, ଜୟପାଟଣା,, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ ଏ ସି, ଧର୍ମଗଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପ ନିର୍ଦେଶକ ଜିଲ୍ଲା ଯୋଜନା ଓ ସମନ୍ଵୟ ବିଭାଗ ଶ୍ରୀ ଦଲେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *