ବିଜୁ ଜନତା ଦଳରେ ୨୮ ତମ ପ୍ରତଷ୍ଠା ଦିବସ ପାଳିତ

ଭବାନୀପାଟଣା – ୨୭/୧୨ ଗତକାଲି ଭବାନୀପାଟଣା ଠାରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି। ଏହି ଅବସରରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭବାନୀପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରତିଷ୍ଠା ଉତ୍ସବ ପାଳନ କାର୍ଯ୍ୟକ୍ରମରେ ମଣ୍ଟୁ ନାଏକ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଏଥିସହିତ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ଅଧିକ ମଜଭୁତ କରିବା ନେଇ ସଂକଳ୍ପ ନେବା ସହ ପ୍ରଗତି ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାବାସୀଙ୍କ ସେବାରେ ନିଜକୁ ସମର୍ପିତ କରି ବିଜୁ ଜନତା ଦଳକୁ ମଜଭୂତ କରିବା ପାଇଁ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *