ଭବାନୀପାଟଣା-୨୭/୧୨ ଜୁନାଗଡ଼ ଥାନା ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁ ଭିଜିଲାନ୍ସ ଜାଲରୁ ଫେରାର ହୋଇଥିଲା ବେଳେ ପୁ୍ଣି ତାକୁ ଧରିବା ଖବର ମିଳିଛି। ସୂଚନାରୁ ପ୍ରକାଶ ଯେ ଗୋଇରା ପଦର ଗାଁର ପ୍ରଭା ପୂଜାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ବିଭାଗ ଏ ଏସ ଆଇ ଶ୍ରୀ ଖେମୁଣ୍ଡୁକୁ ମାଡ଼ି ବସିଥିଲା। ଏ ଏସ ଆଇ ଶ୍ରୀ ଖେମୁଣ୍ଡୁ ଭିଜିଲାନ୍ସ ଦଳକୁ ଚକମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। କିନ୍ତୁ ଭିଜିଲାନ୍ହ ବିଭାଗ ୩୫୦୦ ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖି ଏ ଏସ ଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଥିଲା। ହେଲେ କିଛି ସମୟ ଭିତରେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି ବୋଲି ଜଣାପଡିଛି। ତେବେ ଭିଜିଲାନ୍ସ ବିଭାଗ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।