ଚାଉଳ ଟ୍ରକ୍ କୁ କୋଇଲା ବୋଝେଇ ଟ୍ରକ୍ ପଛପଟୁ ଧକ୍କା ଦେବା ଯୋଗୁଁ ଲାଗିଲା ନିଆଁ, ଜଣେ ମୃତ

କେସିଙ୍ଗା ତା ୨୮.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି-ନାସିଗାଁ ମଝିରେ ଏକ ଚାଉଳ ବୋଝେଇ ଟ୍ରକ ଗତ ରାତ୍ରି ସନ୍ଧ୍ୟା ୭ଟା ଅଟକି ରହିଥିଲା।ଡ୍ରାଇଭର ଓ ହେଲପର୍ ରୋଷେଇ କରି ଖାଇ ଶୋଇଥିବା ବେଳେ ଆଜି ସକାଳ ଭୋର ୪ଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେବାରୁ ନିଆ ଲାଗି ଯାଇଥିଲା। ଶୋଇଥିବା ଡ୍ରାଇଭର ଉପରେ ନିଆ ଲାଗି ଯିବାରୁ ଘଟଣା ସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା। ତେବେ କୋଇଲା ବୋଝେଇ ଟ୍ରକ୍ ଡ୍ରାଇଭର ଓ ହେଲପର୍ ଫେରାର ଅଛନ୍ତି।ସ୍ଥାନୀୟ ନାସିଗାଁ ର ପୂର୍ବତନ ସରପଞ୍ଚ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ୩ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *