ବରିଷ୍ଠ ନାଗରିକଙ୍କ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ

ଭବାନୀପାଟଣା ତା:୩୦/୧୨ ସ୍ଥାନୀୟ ଲାଲ ବାହାଦୂର ଷ୍ଟାଡିୟମରେ ଭବାନୀପାଟଣା ବରିଷ୍ଠ ନାଗରିକ ସଂଘ ତରଫରୁ ସଦସ୍ୟ ସଦସ୍ୟା ଙ୍କ ନିମନ୍ତେ ଏକ ଖେଳ କୂଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଏହି ପ୍ରତିଯୋଗିତାରେ ଆସୋସିଏସନ ର ପତାକା ଉତ୍ତୋଳନ କରି ଆରମ୍ଭ କରିଥିଲେ। ପୁରୁଷ ଵର୍ଗ ରେ ୬୦୦ ମିଟର ଚାଲିବା, ସଟପୁଟ ଫିଙ୍ଗା, ରିଂ ବଲ ଫିଙ୍ଗା, ମେମୋରୀ ଟେଷ୍ଟ ତାସ ଏବଂ କ୍ୟାରମ ପ୍ରତିଯୋଗିତା ହୋଇଥିଲା। ସେହିପରି ମହିଳା ବର୍ଗ ରେ ଫୂଟବଲ ଫିଙ୍ଗା, ଷ୍ଟେଚ୍ୟୁ, ରନ୍ଧା ଖାଦ୍ୟ ଟେଷ୍ଟ, ମେମୋରୀ ଟେଷ୍ଟ ଏବଂ ମ୍ୟୁଜିକ ଚେୟାର ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ବୟସ ଅଧିକ ହେଲେ ମଧ୍ୟ ମନବଳ ସବୁ ଅସମ୍ଭବ କୁ ସମ୍ଭବ କରିପାରେ ବୋଲି ଆସୋସିଏସନ ର ସଦସ୍ୟ ସଦସ୍ୟା ଏହା ପ୍ରତିପାଦନ କରିଥିଲେ। ପ୍ରତିଯୋଗିତା କୁ ଶ୍ରୀ ସୁନୀଲ କୁମାର ବେହେରା ସଂଚାଳନ କରିଥିଲେ,ଏଥିରେ ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *