
କେସିଙ୍ଗା ତା ୫.୧ (ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବାଲସି ଗ୍ରାମ ସ୍ଥିତ ଗୋବର୍ଦ୍ଧନ ପୀଠ ପରିସରରେ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜ ପକ୍ଷରୁ ଜିଲାସ୍ତରୀୟ ଅଷ୍ଟମ ସାମାଜିକ ମହୋତ୍ସବ ଜିଲ୍ଲା ସଭାପତି ନୀଳମଣି ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବାଲସି ଜଗନ୍ନାଥ ମନ୍ଦିରରୁ ମାଶାଲ ଯାତ୍ରା ବାହାରି ଗୋବର୍ଦ୍ଧନ ପୀଠ ସଭାମଞ୍ଚରେ ମଶାଲ ସ୍ଥାପନ କରାଯାଇଥିଲା। ସାହୁ ସାମାଜର ପତାକାକୁ ସଭାପତି ଉତ୍ତୋଳନ କରିଥିଲେ। ଜିଲ୍ଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ ବିବରଣୀ ପଠନ କରିଥିଲେ। ଗ୍ରାମ୍ୟ କମିଟୀ, ମଣ୍ଡଳ କମିଟୀ, ବ୍ଲକ କମିଟୀ, ଜିଲ୍ଲା କମିଟୀର ସଦସ୍ୟଙ୍କୁ ସମାଜ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସଭାରେ ଉପସ୍ଥିତ ସମସ୍ତ ସାହୁ ସମାଜର ଲୋକଙ୍କୁ ସଚେତନତା ପାଇଁ ସଭାପତି ଶ୍ରୀ ସାହୁ ସମାଜରେ ରିଙ୍ଗ ସେରିମନି ଉଚ୍ଛେଦ, ଝିଅର ନଡ଼ିଆ ଧରାରେ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକ ଭାଗ ନେଇପାରିବେ ନାହିଁ। ସମାଜର ବାଇ-ଲ, ଅନୁସାରେ ଯୌତୁକ ନିଷେଧ, ନାରୀ ନିର୍ଯ୍ୟାତନା ଆଦି ବିଷୟରେ ଆବଗତ କରାଯାଇଥିଲା। ପୁଅ ଝିଅଙ୍କୁ ଶିକ୍ଷିତ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଧ୍ୟାନ ଦେବା ପାଇଁ ଆଲୋଚନା କରାଯାଇଥିଲା।ସମାଜର ବିଭିନ୍ନ ସମସ୍ୟା ଓ ଯୌତୁକ, ନିଶା ନିବାରଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ଯୁବରାଜ ସାହୁ, ଯୁଗ୍ମ ସମ୍ପାଦକ ସୁଲପାଣି ସାହୁ, କାର୍ଜି ବିରଞ୍ଚି ସାହୁ, କିଶନ ସାହୁ ଙ୍କ ସମେତ ମଣ୍ଡଳ ସଭାପତି ମନୋହର ସାହୁ, ଗ୍ରାମ୍ୟ କମିଟି ସଭାପତି ନକୁଳ ସାହୁ, ସମ୍ପାଦକ ଫକୀର ସାହୁ ପ୍ରମୁଖ ଉପସ୍ଥିତ ରହି ସାହୁ ସମାଜର ଉତ୍ତୋରୋତ୍ତର ଶୁଭ କାମନା କରିଥିଲେ। ବାଲସି ମଣ୍ଡଳ ସମ୍ପାଦକ ଅଶ୍ୱନୀ କୁମାର ସାହୁ, ଲିଙ୍ଗରାଜ ସାହୁ, ଖୁସିରାମ ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।ପରିଶେଷରେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।