ନେତାଜୀ ସେବା ସଂଗଠନ ପକ୍ଷରୁ ଗ୍ରାମୀଣ ସଚେତନତା ସମାବେଶ ୨୦୨୫

କଲମପୁର , ୫/୧ (ଗଣେଶରାମ ବାଗ) ନେତାଜୀ ସେବା ସଂଗଠନର ଆୟୋଜନରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେଶନ ଓ ଇନ୍ଦ୍ରାବତୀ ଫାରମର୍ସ କମ୍ପାନୀ ଲିଃ ମୀନଗୁର ସହଯୋଗରେ ରବିବାର ଦିନ ଧନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଗରିବ ଅସହାୟ ବୃଦ୍ଧବୃଦ୍ଧା , ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସ୍ୱାମୀ ସୁଧୀର ଚୈତନ୍ୟ ଉଦଘାଟନ କରି ଗ୍ରାମାଞ୍ଚଳରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ ବୋଲି ବର୍ଣ୍ଣନା କରିବା ସହ ବର୍ତ୍ତମାନ ସମୟରେ ସାମାଜିକ ସମତାର ଭାବନା ଏକାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ! କାର୍ଯ୍ୟକ୍ରମରେ ସଂଗଠନ ସଭାପତି ସଂଜୀବ କୁମାର ଠାକୁର ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜୟ ଅଗ୍ରୱାଲ, ମିନଗୁର ଗ୍ରାମ ପଂଚାୟତ ସରପଞ୍ଚ ନିହାରୀକା ବେହେରା, ଅବସରପ୍ରାପ୍ତ ଶିକ୍ଷକ ସୁବ୍ରତ ବେହେରା, ଶିକ୍ଷାବିତ ଅନିଲ କୁମାର ମାଝୀ,ଫାର୍ମର୍ସ ପ୍ରଡୁସର କମ୍ପାନୀ ଲିଃ. ସଭାପତି ହୃଷିକେଶ ବେହେରା, ସମାଜସେବୀ ଅରୁଣ ପଣ୍ଡା, ସଂଗଠନ ଉପ ସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଏବଂ ସାଧୁରାମ ନାଏକ ପ୍ରମୁଖ ଯୋଗଦେଇ ସମାଜର ପ୍ରତିଟି ବ୍ୟକ୍ତି ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମ୍ବେଦନଶୀଳ ଓ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଓଁକାର ଭଜନ ଜିଲ୍ଲା ପରିଷଦ ବଡ଼କୁଟରୁ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶଙ୍କର ପ୍ରସାଦ ରାଉତ, ଲଳିତ ବିଶି, ବେଦ ପ୍ରକାଶ ପଣ୍ଡା, କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ! ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ଲକ୍ଷ୍ୟ ଉଦେଶ୍ୟ ଜ୍ଞାପନ କରିଥିଲେ ! ଏହି ଅବସରରେ ଅମୃତ ମାତୃ ପିତୃ ସେବା ଅନୁଷ୍ଠିତ ହୋଇ ମୀନଗୁର ପଞ୍ଚାୟତର ଧନପୁର, ମିନଗୁର, ଭଇଁରି, ଡେରଳାପଡା ଏବଂ ଭେଳାଗାଁ ଗ୍ରାମର ଶତାଧିକ ଗରିବ ବୃଦ୍ଧ ବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଆଶା କର୍ମୀ ସସ୍ମିତା ନାଏକ, ଅମର ମହାଳିକ, ଚନ୍ଦନ ମୁଣ୍ଡ, ଦିଲ୍ଲୀପ ସାହୁ, ମଦନ ମାଝୀ, ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ । ପରିଶେଷରେ ବରିଷ୍ଠ ସଦସ୍ୟ ଗିରିଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *