
କେସିଙ୍ଗା- ୧୪/୧ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଆଜିଠୁ ଆରମ୍ଭ ହେଉଛି ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ । ଏହି ଅବସରରେ କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ସ୍ଥିତ ମା ଯୋଗମାୟା ଶକ୍ତି ପୀଠରୁ ମଶାଲ ଯାଇ ଜିଲ୍ଲାସ୍ତରରେ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହେବାର ସୂଚନା ମିଳିଛି। ଆଜି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ପରେ ମାଙ୍କ ପୀଠରୁ ମଶାଲ ବାହାରି ଭବାନୀପାଟଣା ଅଭିମୁଖେ ଯାତ୍ରା କରିଛି । ମନ୍ଦିରରୁ ପାରମ୍ପରିକ ରୀତିନୀତିରେ ମଶାଲ ଯାତ୍ରା ଅନୁଷ୍ଟିତ ହୋଇଥିଲା । ଏହି ଯାତ୍ରାରେ ପଞ୍ଚାୟତ କର୍ମଚାରୀ, ବ୍ଲକ କର୍ମଚାରୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ।
