କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ର ୩ୟ ଦିନରେ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ

ଭବାନୀପାଟଣା- ୧୭/୦୧ ଗତକାଲି ଥିଲା ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ର ତୃତୀୟ ଦିବସ। ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟ ରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉ ଥିବାବେଳେ ଜିଲ୍ଲାର ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଥିବା ଖୋଲା ମଞ୍ଚରେ ଅନୁଷ୍ଠିତ ପ୍ରତିଯୋଗିତାର ତୃତୀୟ ଦିନରେ ରଙ୍ଗୋଲି ପ୍ରତିଯୋଗିତାରେ ଆରତୀ ପୃଷ୍ଟି, ବୀଣାପାଣି ବଗର୍ତ୍ତୀ, ଜୟନ୍ତୀ ସିଂହ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଇପ୍ସିତା ପଣ୍ଡା, ମମତା ତ୍ରିପାଠୀ, ମିନତୀ ବେହେରା ବିଚାରକ ଦାୟିତ୍ୱ ତୁଲାଇଥିଲେ। ଭଜନ ପ୍ରତିଯୋଗିତାରେ ସଙ୍ଗୀତା ରଥ, ମଧୁଛନ୍ଦା ମହାନ୍ତି, ଆନନ୍ଦିତା ଠାକୁର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ବେଳେ ସସ୍ମିତା ରଥ, ସସ୍ମିତା ମହାନ୍ତି ନମିତା ମିଶ୍ର ବିଚାରକ ଦାୟିତ୍ୱ ତୁଲାଇ ଥିଲେ। ମେହେନ୍ଦି ପ୍ରତିଯୋଗିତାରେ ବୀଣାପାଣି ବଗର୍ତ୍ତୀ, ରଞ୍ଜିତା ମିଶ୍ର, ସନ୍ଧ୍ୟାରାଣୀ ଗଡତିଆ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଏବଂ ସୁଲୋଚନା ପାଢ଼ୀ, ମିନତୀ ବେହେରା, ମମତା ତ୍ରିପାଠୀ ବିଚାରକ ଥିଲେ। ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସ୍ୱାତୀ ସ୍ୱରୂପା ସାହୁ, ସରିତା ରାଣୀ ରଥ, ଇତିଶ୍ରୀ ପାତ୍ର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ବେଳେ ଜାହ୍ନବୀ ସାହୁ, ଛନ୍ଦିତା ଦାସ, ମମତା ତ୍ରିପାଠୀ ବିଚାରକ ଥିଲେ। ସେହିପରି ରେମ୍ପ ସୋ ଆଜିର ପ୍ରମୁଖ ଆକର୍ଷଣ ସାଜିଥିଲା। ଦିବସର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିକାଶ ସ୍କୁଲର ମୁଖ୍ୟ ବିଜୟା ଦିଶାରୀ, ସମ୍ମାନିତ ଅତିଥି ଭାବେ ଡା. ନିବେଦିତା ସାହୁ, ଶିକ୍ଷାବିତ୍ ସବିତା ପଟନାୟକ, ବବିତା ପାଣିଗ୍ରାହୀ, ସଂଘମିତ୍ରା କାନୁନଗୋ, ମନୀଷା ପ୍ରିୟମ୍ବଦା ପ୍ରମୁଖ ମଞ୍ଚାସୀନ ଥିଲେ। ଦ୍ଵିତୀୟ ଅଧିବେଶନରେ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ, ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ପ୍ରଫେସର ଡ. ପ୍ରିୟା ଶଶିଧରନ, ସୁବେଦିତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳା ଉପ ସମିତିର ଅଧ୍ୟକ୍ଷା ଜ୍ୟୋତିରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାକୁ ସମିତିର ସମସ୍ତ ସଦସ୍ୟା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *