
ନର୍ଲା-୧୯/୧ (ପ୍ରଦୀପ କୁମାର ଗଉଡ) ଗତକାଲି ଭୋର ସକାଳୁ କଳାହାଣ୍ଡି ଜ଼ିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ଅସୁରଗଡ ସାଗର, ତୁଳାପଡା ଡ୍ୟାମ୍, ପୂଜିଲଡୁ ଡ୍ୟାମ୍ ଓ କୁରମେଲ ବନ୍ଧ ଠାରେ ଜଙ୍ଗଲ ବିଭାଗର ରେଞ୍ଜର ଭରତ ବନ୍ଧୁ ଶବରଙ୍କ ତତ୍ତ୍ବାବଧାନ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଚାରିଗୋଟି ଜାଗାରେ ୪ଟି ଫରେଷ୍ଟ ଟିମ୍ ଉପସ୍ଥିତ ରହିଥିଲେ।ଅସୁରଗଡ ଟିମ୍ ପାଇଁ ଫରେଷ୍ଟର ଭବନୀ ଶଙ୍କର ନାଏକ, ମୋତିରଶ୍ମି ଛତ୍ରିଆ, ଦୀପ୍ତିମୟୀ, ରଶ୍ମିତା ରାଉତ ପ୍ରମୁଖ ଉପସ୍ଥିତ ଥିଲାବେଳେ ତୁଳାପଡା ଡ୍ୟାମ୍ ଠାରେ ଫରେଷ୍ଟର ସୁଶୀଲ କୁମାର ମହାରଣା, ଦାମୋଦର ସାହୁ, ପ୍ରଦୀପ ପୁଝାରୀ, ଗୁନି ମହାରଣା, ପୂଜିଲଡୁ ଡ୍ୟାମ୍ ଠାରେ ଫରେଷ୍ଟର ଗୟାମାଝୀ, ସୁଜିତକୁମାର ସାହୁ, ସରିତା ପୁଝାରୀ, ଚୈତନ୍ୟ ବାଗ ଓ କୁରମେଲ ବନ୍ଧ ଠାରେ ଫରେଷ୍ଟର ଦିଆଳୁ ରାଉତ, ରଘୁମଣି ଶବର, ମଧୁସ୍ମିତା ଭୋଇ, ସଂଯୁକ୍ତା ନାଏକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ପକ୍ଷୀଗଣନା କରିଥିଲେ l