ଶିକ୍ଷା ବିକାଶ ସମିତି ଓଡିଶା ତରଫରୁ ୩୬ତମ କ୍ରୀଡା ଉତ୍ସବ ପାଳିତ

ଭବାନୀପାଟଣା – ୩୦/୧ ବିଦ୍ୟାଭାରତୀ, ଶିକ୍ଷାବିକାଶ ସମିତି ଓଡିଶାଙ୍କ ଆନୁକୂଲ୍ୟରେ ୩୬ତମ ପ୍ରାଦେଶିକ କ୍ରୀଡା ସମାରୋହର ତିନି ଦିନିଆ କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ପଡିଆରେ ଉଦ୍ଘାଟିତ ସମାରୋହକୁ ପ୍ରାନ୍ତ ଖେଳକୁଦ ସଂଯୋଜକ ସଞ୍ଜୟ କୁମାର ମିଶ୍ର ଏବଂ ପ୍ରାନ୍ତ ଶାରୀରିକ ପ୍ରମୁଖ ଦିଲ୍ଲୀପ କୁମାର ସାଥୁଆଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲ। ଏହି କ୍ରୀଡାକୁ ମାନ୍ୟବର ଖ୍ୟାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବରେ ଡକ୍ଟର ସରୋଜ କୁମାର ହାତୀ ଯୋଗ ଦେଇଥିଲା ବେଳେ ସମ୍ପାଦକ ଶିକ୍ଷା ବିକାଶ ସମିତି ଓଡିଶା,ଦକ୍ଷିଣ ସମ୍ଭାଗ ସଭାପତି ରୂପସିଂ ରାଉତ ସୁକାନ୍ତ କୁମାର ବେହେରା, ସମ୍ଭାଗ ସଂଯୋଜକ, ଦକ୍ଷିଣ ସମ୍ଭାଗ, ନକୁଳ ନାୟକ, କୋଷାଧ୍ୟକ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାର ୯ଟି ସମ୍ଭାଗର ଶିଶୁ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ। ସମାରୋହରେ ବ୍ରଜବିହାର ଶିଶୁଙ୍କ ଦ୍ୱାରା ବ୍ୟୟାମ ଓ ଶାରୀରିକ ପ୍ରଦର୍ଶନ ହୋଇଥିଲା।କ୍ରୀଡା ଉଦଘାଟନ ରେ ପ୍ରତ୍ୟେକ ସମ୍ଭାଗର ଜଣେ ଜଣେ ଶିଶୁ ଭାଇ ଭଉଣୀଙ୍କ ଦ୍ୱାରା ୬୦୦ ଏବଂ ୮୦୦ ମିଟର ଦୌଡ ପ୍ରତିଯୋଗିତା ହୋଇଥିଲା। ବ୍ରଜବିହାର ପ୍ରଧାନାଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ଏବଂ ଖେଳ ଶିକ୍ଷକ ସୁରେଶ ସାହୁ ତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ଉଦଘାଟନ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *