
କେସିଙ୍ଗା-୨/୨ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲ୍ଲା ଉତ୍କେଳା ଏୟାର ଫିଲ୍ମ ଦେଇ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇଛନ୍ତି। ବଲାଙ୍ଗିର ଗସ୍ତ ସମୟରେ କିଛି ସମୟ କେସିଙ୍ଗା ଏନ୍ଏସି ଗେଷ୍ଟ ହାଉସ୍ ରେ ରହଣି ବେଳେ ନଗର ବିଜେପି କର୍ମକର୍ତ୍ତା ଓ ସହରର କିଛି ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ସାକ୍ଷାତ କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଥିବା ବିଭିନ୍ନ ସମସ୍ୟା ସହିତ ଡାକ୍ତର ଅଭାବ ବିଷୟରେ ଆଲୋଚନା କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସମସ୍ତ ଅଭିଯୋଗ ଉପରେ ଅସହାୟ ପ୍ରକାଶ କରିବା ସହିତ ଆମ ସରକାରକୁ ମାତ୍ର ୬ ମାସ ପାଖାପାଖି ହୋଇଛି। ଯାହାବି ସମସ୍ୟା ଅଛି ତାହା ପୂର୍ବ ସରକାର ଶାସନ ସମୟରେ ହୋଇଛି । ଡ଼ାକ୍ତରଖାନାରେ ବିଭିନ୍ନ ପଦବୀ ପୂରଣ ନିମନ୍ତେ ଆସନ୍ତା ୭ ତାରିଖରେ ୩୫୦୦ ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ଦେବା ଏବଂ ୫୫୦୦ ଡାକ୍ତର ପଦବୀ ପୂରଣ ଲାଗି ବିଜ୍ଞାପନ ଦେଇଛୁ। ମୁଁ ଭାବୁଛି ଆସନ୍ତା ବର୍ଷକ ମଧ୍ୟରେ ଖାଲିଥିବା ପଦବୀ ଗୁଡିକ ପୂରଣ ହୋଇଯିବ। ଅପର ପକ୍ଷରେ କେସିଙ୍ଗା ସିଏଚସିରେ ବର୍ତ୍ତମାନ କାର୍ଯ୍ୟରତ ଡାକ୍ତରମାନଙ୍କ ରୋଟେସନ୍ ପଦ୍ଧତିକୁ ତୁରନ୍ତ ବନ୍ଦ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ତାଙ୍କ ସହିତ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଢ, ପୂର୍ବତନ ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ସମେତ ଅନେକ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।