
କେସିଙ୍ଗା-୫/୨ ଗତକାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଅଧ୍ୟକ୍ଷା ତାଲୁକ ଆଇନ ସେବା ସମିତି ଭାବରେ ମିସ୍ ଦିପ୍ତା ସେଠୀ ଦାୟିତ୍ବ ଗ୍ରହଣ କରିଛନ୍ତି । ନୂତନ ବିଚାରପତି ସୁଶ୍ରୀ ସେଠୀ କାର୍ଯ୍ୟଭାର ଗ୍ରହଣ ସମୟରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ସମ୍ପାଦକ ସନ୍ଦୀପ କୁମାର ବାନାର୍ଜୀ, ସହକାରୀ ସରକାରୀ ଓକିଲ ପ୍ରକାଶ କୁମାର ଦାସଙ୍କ ସମେତ ଅନ୍ୟ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅଦାଲତର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନୂତନ ବିଚାରପତିଙ୍କୁ ସ୍ଵାଗତ କରିଥିଲେ।