
କେସିଙ୍ଗା – ୬/୨ କଳାହାଣ୍ଡି ଜିଲ୍ଲା ଆଥଲେଟିକ୍ ଆଣ୍ଡ କଲଚରାଲ୍ ଆସୋସିଏସନ୍, କେସିଙ୍ଗା ତରଫରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଖେଳାଯାଉଥିବା ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍ ଛତିଶଗଡର ଜଗଦଲପୁର ଓ ମହାରାଷ୍ଟ୍ରର ନାଗପୁର ଦଳ ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା। ଏହି ମ୍ୟାଚରେ ଜଗଦଲପୁର ଟିମ୍ ନାଗପୁରକୁ ୧- ୦ ଗୋଲ୍ ରେ ହରାଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ସୂଚନାଯୋଗ୍ୟ ପ୍ରଥମ ସେମି ଫାଇନାଲ ମ୍ୟାଚ୍ ବଲାଙ୍ଗିର ଓ କଳାହାଣ୍ଡି ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା। ଏହି ସେମି ଫାଇନାଲ ମ୍ୟାଚ୍ ସୁଟ୍ ଆଉଟ୍ ପଦ୍ଧତିରେ ହୋଇଥିଲା ବେଳେ ବଲାଙ୍ଗିର ଦଳ କଳାହାଣ୍ଡି କୁ ୭-୬ ଗୋଲରେ ପରାସ୍ତ କରି ଫାଇନାଲ ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ତେଣୁ ଆସନ୍ତା ୮ ତାରିଖ ଶନିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚ୍ ବଲାଙ୍ଗିର ଓ ଜଗଦଲପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନ୍ ସୂତ୍ରରୁ ପ୍ରକାଶ।