
ଭବାନୀପାଟଣା ୮/୦୧ ଗତକାଲି ଟିପିଡବ୍ଲୁଓଡିଏଲ୍ ବିଭାଗର କର୍ମଚାରୀଙ୍କ ବିରୁଦ୍ଧରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖରେ ସହସ୍ର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଗତକାଲି ଟିପିଡବ୍ଲୁଓଡିଏଲ୍ ବିଭାଗର କର୍ମଚାରୀମାନେ ବକେୟା ବିଦ୍ୟୁତ୍ବ ବିଲ୍ ଆଦାୟ ପାଇଁ ଭବାନୀପାଟଣା ସହରର ବିଭିନ୍ନ ପଡାକୁ ଯାଇଥିଲେ। ସେମାନେ ଓଡ଼ିଆ ବାଙ୍ଗଟି ପଡାକୁ ଯାଇ ଲୋକଙ୍କୁ ବକେୟା ବିଦ୍ୟୁତ ବିଲ୍ ପୈଠ କରିବାକୁ କହିଥିଲେ | ହେଲେ ପଡ଼ାର ଲୋକେ କିଛ ସମୟ ମାଗିଥିଲେ। କିନ୍ତୁ ଟିପିଡବ୍ଲଓଡିଏଲ ର କର୍ମଚାରୀମାନେ ପାଖାପାଖି ୫୦ ଘରରୁ ଅଧିକ ଲୋକଙ୍କ ସଂଯୋଗ ବିଛିନ୍ନ କରିଦେଇଥିଲେ। ଓଡ଼ିଆ ବାଙ୍ଗଟିପଡାକୁ ଲାଗିକି ଆଶା ସାଗର ରହିଛ। ସାଗରର ହିଡ଼ରେ ମଧ୍ୟ ଲୋକେ ଘର ତିଆରି କରି ରହୁଛନ୍ତି। ବିଭିନ୍ନ ପ୍ରକାର ବିଷାକ୍ତ ସରୀସୃପ ଉକ୍ତ ଯାଗାରେ ରହୁଛନ୍ତି। ଏଣୁ ସାରାରାତି ବିଜୁଳି ନଥିବାରୁ ଛୋଟ ଛୋଟ ଛୁଆ ଓ ବରିଷ୍ଠ ଙ୍କ ସହିତ ପରିବାର ଲୋକ ବହୁ କଷ୍ଟରେ ରାତି ବିତାଇଥିଲେ ହେଲେ ବିଭାଗୀୟ କର୍ମଚାରୀମାନେ ଏମାନଙ୍କ ଅସୁବିଧାକୁ ଅଣଦେଖା କରିଥିବାରୁ ସମସ୍ତ ପଡାବାସିନ୍ଦା ପୌରାଧ୍ୟକ୍ଷ ବିଷ୍ଣୁ ଚରଣ ପ୍ରଧାନଙ୍କ ପାଖକୁ ଯାଇ ସାହାଯ୍ୟ ମାଗିଥିଲେ | ଏହାପରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବିଦ୍ୟୁତ ବିଭଗ କାର୍ଯ୍ୟଳୟକୁ ଫୋନ କରିଥିଲେ ହେଁ କୌଣସି ଉତ୍ତର ଆସିନଥିଲା। ସେ ବାଧ୍ୟ ହୋଇ ନିଜେ ସ୍ଥାନୀୟ ଟିପିଡବ୍ଲୁଓଡିଏଲ୍ ଫିସକୁ ଯାଇଥିଲେ ଏବଂ କର୍ମଚାରୀଙ୍କ ସହିତ କଥାବାର୍ତ୍ତା ହୋଇ କହିଲେ ସେ ନିଜେ ବିଲ ଆଦାୟ କରିବାରେ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଥଲେ ଏବଂ ବର୍ତ୍ତମାନ ଲାଇନ ଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ରା ଟିପିଡବ୍ଲୁଓଡିଏଲ୍ ର କର୍ମଚାରୀ ମାନେ ସିଧାସଳଖ ମନା କରିଦେଇଥଲେ | ଏହାପରେ କର୍ମଚାରୀ ଓ ଲୋକଙ୍କ ଭିତରେ କିଛି ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଟିପିଡବ୍ଲୁଓଡିଏଲ୍ ବିରୋଧରେ ପୌର ଅଧକ୍ଷ ଟାଉନ ଥାନାରେ ରେ ଏକ ମାମଲା ରୁଜୁ କରିଥିଲେ | ତେଣୁ ସନ୍ଧ୍ୟାରେ ଏହା ବିରୋଧରେ ସହସ୍ର ଲୋକଙ୍କ ସହିତ ସମସ୍ତ କାଉନସିଲମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ତେଣୁ ଟାଉନ୍ ଥାନା ଆଇଆଇସି ଟିପିଡବ୍ଲୁଓଡିଏଲ ର ମୁଖ୍ୟ , ନିର୍ବାହୀ ଯନ୍ତ୍ରୀ, ଏସ ଡି ଓ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତି ରେ ସମସ୍ୟାର ସମାଧାନ କରି ଥିଲେ |