ଭାରତ ସରକାରଙ୍କ ୧୬ ଷ ଫାଇନାନ୍ସ କମିଶନ କେସିଙ୍ଗା ଏନ୍ଏସି ଗସ୍ତ

କେସିଙ୍ଗା- ୧୦/୨ ଭାରତ ସରକାରଙ୍କ ୧୬ ତମ ଫାଇନାନ୍ସ କମିଶନରଙ୍କ ସଦସ୍ୟ ମନୋଜ ପଣ୍ଡା ଆଜି ଘ୧୧.୪୫ ମି ରେ କେସିଙ୍ଗା ଏନ୍ଏସି ଗସ୍ତ କରିଥିବା ଜଣାଯାଇଛି। ଭାରତ ସରକାର ୧୫ ତମ ଫାଇନାନ୍ସ କମିଶନ ପରେ ୧୬ ତମ ଫାଇନାନ୍ସ କମିଶନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିପାଇଁ ଆସିବାକୁ ଥିବା ଅନୁଦାନରେ କେଉଁ କେଉଁ ନୂତନ ପ୍ରକଳ୍ପ ଏନ୍ଏସି ଅଞ୍ଚଳରେ କେଉଁ ସ୍ଥାନରେ କରାଯାଇପାରିବ ସେସବୁ ସ୍ଥାନ ବୁଲି ଦେଖିଥିଲେ। ପରେ ଡୁମେରମୁଣ୍ଡା ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ଓ ୮ ନମ୍ବର ଓ୍ବାର୍ଡ ବୋରିଙ୍ଗପଦର କାଲକାପଡାରେ ଜଗା ମିଶନ ପକ୍ଷରୁ ନିର୍ମାଣ ହୋଇଥିବା ନୂତନ ବସ୍ତି ବୁଲି ଦେଖିବା ସହ ବସ୍ତିବାସିନ୍ଦା ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ତାଙ୍କ ଗସ୍ତ ସମୟରେ କଳାହାଣ୍ଡି ପ୍ରୋଜେକ୍ଟ ଡାଇରେକ୍ଟର ଜିଲ୍ଲା ସହରୀ ଉନ୍ନୟନ ସଂସ୍ଥା ଅଧିକାରୀ ମନିନ୍ଦ୍ର ହନଙ୍ଗା ଓ ଏନ୍ଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *