ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ

କଲମପୁର,୧୦/୨ (ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମାଝୀଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ମଧୁସ୍ମିତା ନାଏକ, ମୁଖ୍ୟବକ୍ତା ଭାବେ ଏବିଇଓ ସୁଶୀଲ କୁମାର ମୁଣ୍ଡ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଅଭିମନ୍ୟୁ ବାଗ, ପଣ୍ଡିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାଏକ, ବରଦୋଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଲ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ସର୍ବ ପ୍ରଥମେ ମୁଖ୍ୟ ଅତିଥିଙ୍କୁ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ତାଳେ ତାଳେ ପାଛୋଟି ନିଆଯାଇଥିଲା । ପରେ ବିଦ୍ୟାଦାତ୍ରୀ ମାଁ ସରସ୍ଵତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ ସମସ୍ତ ଅତିଥି ମଞ୍ଚ ଉଦଘାଟନ କରିଥିଲେ। ପିଲାଙ୍କ ପାଠ ପଢିବା ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜିତ ହେଉଥିବାରୁ ପିଲାଙ୍କ ଲୋକାୟିତ ପ୍ରତିଭା ଲୋକ ଲୋଚନକୁ ଆସି ପାରୁଛି ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପୋଟେସ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅୟୋଜନ କରିଥିବାରୁ ପୋଟେସ ପ୍ରଧାନଶିକ୍ଷକ ଶ୍ରୀ ମାଝୀ ଧନ୍ୟବାଦ ଦେଇଥିଲେ। ଚଳିତ ବାର୍ଷିକ ବିଦ୍ୟାଳୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଉକ୍ତ ବାର୍ଷିକ ଉତ୍ସବରେ ସିଆରସିସି ନବଘନ ସାହୁ ଓ ଶିକ୍ଷକ ସନ୍ତୋଷ କୁମାର ଚୌଧୁରୀ ପରିଚାଳନା କରିଥିବା ବେଳେ ବରଦୋଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟକାନ୍ତ ବେହେରା, ଲକ୍ଷ୍ମଣ ଛତ୍ରିଆ,ପୋଟେସ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଲ୍ଲିକା ନାଏକ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି, ଅବିଭାବକ/ଅବିଭାବିକା ଉପସ୍ଥିତ ରହି ବାର୍ଷିକ ଉତ୍ସବରେ ପୁର୍ଣ୍ଣ ସହଯୋଗ କରିଥିଲେ।ଏହି ବାର୍ଷିକ ଉତ୍ସବରେ କଲମପୁର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ବରଗାଁ କ୍ଲଷ୍ଟରର ସିଆରସିସି ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *