ସୁବାଷ ଅଗ୍ରୱାଲଙ୍କ ଘର ଡକାୟତି ଘଟଣାରେ ୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କେସିଙ୍ଗା- ୧୧/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ସ୍ଥାନୀୟ ଏନ୍ଏସିର ୯ ନମ୍ବର ଓ୍ବାର୍ଡ ଜଗନ୍ନାଥ ପଡାର ବିଶିଷ୍ଟ ବ୍ୟବସାୟୀ ସୁବାଷ ଅଗ୍ରୱାଲଙ୍କ ଘର ଡକାୟତି ଘଟଣାରେ ଅଭିଯୁକ୍ତ ୬ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛି। ଏହି ୬ ଜଣ ହେଲେ ସୁବିଧା ରଣା, ବାବୁ ଦୀପ୍, ଦୈତାରୀ କରୁଆଁ, ଖୁତିଶ ରଣା ରୁକୁଣା ରଣା ଓ ଧୋଇବେ ଖର୍ସେଲ। ଏଠାରେ ସୂଚନାଯୋଗ୍ୟ ଶ୍ରୀ ଅଗ୍ରୱାଲ ସପରିବାରେ ତାଙ୍କ ବାସଭବନରେ ଅନୁପସ୍ଥିତ ଥିଲାବେଳେ ଡକାୟତ ମାନେ ଗତବର୍ଷ ଡ଼ିସେମ୍ବର ୨୮ ତାରିଖରେ ନଗଦ ୬ ଲକ୍ଷ ଟଙ୍କା, ସୁନା ଓ ଡାଇମଣ୍ଡ ଅଳଙ୍କାର ଆଦି ଚୋରାଇ ନେଇଥିଲେ। ଏନେଇ ଶ୍ରୀ ଅଗ୍ରୱାଲ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏହାର ତଦନ୍ତ କରି ଏହି ୬ ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଥିଲା। ତେବେ ଆବଶ୍ୟକ ସାକ୍ଷୀ ଓ ପ୍ରମାଣ ଅଭାବରୁ ମ୍ୟାନ୍ୟବର କୋର୍ଟ ସେମାନଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗଣପତି ନାଏକ ମକଦ୍ଦମା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *