କ୍ଲଷ୍ଟରସ୍ତରୀୟ ନିପୂଣ ଓଡ଼ିଶା ମେଳା ଉତ୍ସବ ଅନୁଷ୍ଠିତ

କଲମପୁର , ୧୧/୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ମଣ୍ଡଳ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଣ୍ଡି ଡଙ୍ଗରିଗୁଡ଼ା ଠାରେ କ୍ଲଷ୍ଟର ସ୍ତରିୟ ନିପୁଣ ଓଡ଼ିଶା ମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଶ୍ରୀରାମ ପଣ୍ଡା ଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଆୟୋଜିତ ଉତ୍ସବ ମେଳାରେ ମୁଖ୍ୟ ଅତିଥି ଭାବରେ କଲମପୁର ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା , ମୁଖ୍ୟ ବକ୍ତା ଭାବରେ କୋଟାଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଚନ୍ଦନ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ସୁନାନୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ବିହାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟ ଗୁଡିକରେ ହେଉଥିବା ଅଭିନବ ଶିକ୍ଷାଦାନ ପ୍ରଣାଳୀ ଏବଂ ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ ଏବଂ ପ୍ରଦର୍ଶିତ କରିବା ପାଇଁ “ନିପୁଣ ଓଡ଼ିଶା ମେଳା” ର ଆୟୋଜନ କରାଯାଉଛି। ନିପୁଣ ଓଡ଼ିଶା ମିଶନକୁ ସଫଳ ଭାବରେ କାର୍ଯ୍ୟକାରି କରିଥିବା ବିଦ୍ୟାଳୟ ଗୁଡ଼ିକୁ ପ୍ରଶଂସା ତଥା ଉତ୍ସାହିତ କରିବା,ଏହାର ସଫଳ ରଣନୀତି ବିଷୟରେ ଅନ୍ୟ ମାନଙ୍କୁ ଜଣାଇବା ଏବଂ ନିପୁଣ ଓଡ଼ିଶା ମିଶନର ଉଦ୍ଦେଶ୍ୟ ହାସଲ ଦିଗରେ ଗୋଷ୍ଠୀକୁ ଏକତ୍ରିତ କରିବା ଏହି ମେଳାର ଲକ୍ଷ୍ୟ। ଏହି ମେଳା ଉତ୍ସବରେ କ୍ଲଷ୍ଟରର ୧୩ଗୋଟି ଏଫ୍ଏଲ୍ଏନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରୁ ଆସିଥିବା ଶିକ୍ଷଣ ସାମଗ୍ରୀ ଗୁଡ଼ିକୁ ଦେଖି ଛାତ୍ରଛାତ୍ରୀ ନୂତନ ଜ୍ଞାନ କୌଶଳ ଗ୍ରହଣ କରିଥିଲେ। ପ୍ରତ୍ୟେକ ବିଦ୍ୟାଳୟର ଏଫ୍ଏଲଏନ୍ ଶିକ୍ଷକ ମାନଙ୍କୁ ପ୍ରଶଂସା ପତ୍ର ଓ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ୍ କରାଯାଇଥିଲା।

Leave a Reply

Your email address will not be published. Required fields are marked *