ଏବେବି କିଛି ରାଜ୍ୟ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ବିଜେଡି ପ୍ରୀତି

କେସିଙ୍ଗା ୧୬/୮ ଗତକାଲି କେସିଙ୍ଗା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ୬୫ କୋଟି ଟଙ୍କା ବ୍ୟୟରେ ନୂତନ ଶ୍ରେଣୀ ଗୣହ ନିର୍ମାଣ ହୋଇଛି। ଗତକାଲି ଏହାର ଉଦଘାଟନ କରାଯାଇଥିଲା ବେଳେ ଏବେ ସୁଦ୍ଧା କିଛି ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ବିଜେଡି ପ୍ରୀତି ଥିବା ଯୋଗୁଁ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ଅଣଦେଖା କରିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏହି ନିର୍ମାଣ କାର୍ଯ୍ୟ ବ୍ଲକ ପ୍ରଶାସନ ଅଧୀନରେ ହୋଇଥିଲା ବେଳେ ବ୍ଲକ ଅଧ୍ୟକ୍ଷଙ୍କ ନାମ ମଧ୍ୟ ସୂଚନା ଫଳକରେ ନଥିଲା କି ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରାଯାଇନାହିଁ। ଏଭଳି ଅନିୟମିତତା ବିଷୟରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ମୋ ପାଖକୁ ଗତ ୧୪ ତାରିଖରେ ଅପରାହ୍ନ ପ୍ରାୟ ୪ଟା ବେଳେ ଚିଠି ଆସିଥିଲା ଯେ ଏହାର ଉଦଘାଟନୀ ଉତ୍ସବରେ କେବଳ ୧୦/୨୦ ଜଣ ପୁରାତନ ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟୀର ସଦସ୍ୟ, କିଛି ପୂର୍ବତନ ଶିକ୍ଷକ/ଶିକ୍ଷୟତ୍ରୀ, ପ୍ରଶାସନିକ ଅଧିକାରୀ, ବର୍ତ୍ତମାନର କିଛି ଛାତ୍ରଛାତ୍ରୀ ଏବଂ ସ୍କୁଲ ପ୍ରଧାନ ଶିକ୍ଷକ ଉପସ୍ଥିତ ରହିବା ସହିତ ସୂଚନା ଫଳକରେ ଏହି ଏହିମାନଙ୍କ ନାମ ରହିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଙ୍କ ଶିକ୍ଷାମନ୍ତ୍ରୀ ଯୋଗ ଦେଇଥିଲା ବେଳେ ସ୍ଥାନୀୟ ବିଜେପି ବ୍ଲକ କର୍ମକର୍ତ୍ତା ଓ କର୍ମୀମାନଙ୍କୁ କାହିଁକି ଉପେକ୍ଷା କଲେ ତାହା ପ୍ରଶ୍ନବାଚୀ ସୣଷ୍ଟି କରିଛି। କିନ୍ତୁ ଉତ୍ସବ ଶେଷ ମୂହୁ୍ର୍ତ୍ତରେ ଶିକ୍ଷାମନ୍ତ୍ରୀ ସ୍ଥାନୀୟ ବିଜେପି କର୍ମକର୍ତ୍ତାଙ୍କୁ ଡାକିବାରୁ ସେମାନେ ନିଜର ସମ୍ମାନ ରକ୍ଷା ପାଇଁ ସେଠାକୁ ଯିବା ପାଇଁ ମନା କରିଥିଲେ। ସେହିପରି ନିକଟରେ ବିଜେଡି ଛାଡି ବିଜେପିରେ ମିଶି ଥିବା ବ୍ଲକ ଅଧ୍ୟକ୍ଷଙ୍କୁ ମନ୍ତ୍ରୀ କାହା ଇଙ୍ଗିତରେ ଉପେକ୍ଷା କଲେ ତାହା ତଦନ୍ତ ସାପେକ୍ଷ। ଏହିସବୁ କାର୍ଯ୍ୟକ୍ରମକୁ ଦେଖିଲେ ଏବେବି କିଛି ରାଜ୍ୟ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ରାଜ୍ୟ ବିଜେପି ସରକାରଙ୍କୁ ବଦନାମ କରିବାରେ ଲାଗିଛନ୍ତି। ତେଣୁ ରାଜ୍ୟ ବିଜେପି ସରକାର ଏଭଳି ପ୍ରଶାସନିକ ଅଧିକାରୀ ଙ୍କୁ ଚିହ୍ନଟ କରି ଦୣଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *