ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଗୁଡିକର ଜିଏସଟି କମ୍, ସାଧାରଣ ଜନତା ଅପେକ୍ଷା ଫାଇଦାରେ ବେପାରୀ

କେସିଙ୍ଗା-୨୬/୯ ଚଳିତ ମାସ ଗତ ୨୨ ତାରିଖରେ କେନ୍ଦ୍ର ସରକାର ୨୮%, ୧୮%, ୧୨% ଓ ୫% ଜିଏସଟି ହ୍ରାସ କରି ୧୮% ଓ ୫% ଦୁଇଟି ସ୍ଲାବ୍ ରଖିଥିଲେ। କେତେକ ଦ୍ରବ୍ୟ ଉପରେ ୧୮% ଜିଏସଟି ଥିଲାବେଳେ ଆହୁରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ୫% ଜିଏସଟି ରଖିଛନ୍ତି। ଏପରିକି କେତେକ ଦ୍ରବ୍ୟ ଉପରେ ମଧ୍ୟ ୦% ଜିଏସଟି ରଖିଛନ୍ତି। ଏହାଦ୍ୱାରା ଯେମିତି ଜନସାଧାରଣ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କିଣାକିଣିରେ ସୁବିଧା ପାଇପାରିବେ ଓ ଆର୍ଥିକ ଅନାଟନ ବୋଝରୁ ମୁକ୍ତି ପାଇବେ। କିନ୍ତୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଜିଏସଟି କମ୍ ହେବାର ଫାଇଦା ନେଉଛନ୍ତି, ସାଧାରଣ ଜନତାଙ୍କ ବଦଳରେ ବେପାରୀ। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଗୁଡିକର ସେପ୍ଟେମ୍ବର ୨୨ ତାରିଖ ପୂର୍ବରୁ ଯେଉ ମୂଲ୍ୟ ଥିଲା ଏବେ ବି ସେହି ମୂଲ୍ୟ ଦେଇ କିଣୁଥିବା ଦେଖିବାକୁ ମିଳିଛି। ଏଣୁ ରାଜ୍ୟ ସରକାର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *