ସ୍କୁଲରେ ହିନ୍ଦି ଶିକ୍ଷକ ନ ଥିବାରୁ ମାଟ୍ରୀକ ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକ ମାନଙ୍କ ଅସନ୍ତୋଷ

ନର୍ଲା – ୨୩/୨,(ପ୍ରଦୀପ କୁମାର ଗଉଡ) ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ହାଇସ୍କୁଲ ଠାରେ ହିନ୍ଦୀ ଶିକ୍ଷକ ପଦବୀ ଅଭାବ ଯୋଗୁଁ ଅଭିଭାବକ ମହଳରେ ଉଦବେଗ ପ୍ରକାଶ ପାଇଛି। ଏଥିପାଇଁ ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକ ମାନେ ନିଜର ଅସନ୍ତୋଷ ଜାହିର କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ଶିକ୍ଷା ବିଭାଗ ସଂପୂର୍ଣ୍ଣ ଦାୟୀ ବୋଲି ଅଭିଭାବକ ଅନୀଲ ଅଗ୍ରୱାଲ, ପ୍ରମୋଦ ତ୍ରିପାଠୀ,ଡିଙ୍ଗର ମାଝୀ, ଗଣେଶ ମାଝୀ,ସୁରେଶ ପାଢୀ, ଦିଲ୍ଲୀପ ସା ପ୍ରମୁଖ ଗଣମାଧ୍ୟମ ଆଗରେ ବିଷୟ ପ୍ରକାଶ କରିଛନ୍ତିି। ରୁପ୍ରାରୋଡ ହାଇସ୍କୁଲ ଛାତ୍ରଛାତ୍ରୀମାନେ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲା ଠାରେ ଚଳିତ ମାଟ୍ରିକ ବୋର୍ଡ ପରୀକ୍ଷା ଦେଉଥିବା ବେଳେ ଆଜିର ହିନ୍ଦୀ ବିଷୟ ପରୀକ୍ଷାରେ ଛାତ୍ରଛାତ୍ରୀମାନେ କ’ଣ ଉତ୍ତର ଲେଖିବେ ତାହାକୁ ନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତ ୨୦୨୪ ମସିହା ଅପ୍ରେଲ ତିରିଶ ତାରିଖ ଦିନ ରୁପ୍ରାରୋଡ ହାଇସ୍କୁଲରୁ ହିନ୍ଦୀ ଶିକ୍ଷୟିତ୍ରୀ ରୀନା ପଣ୍ଡା ଅବସର ଗ୍ରହଣ କରିସାରିଛନ୍ତି। ସେହିଦିନ ଠାରୁ ଆଜିଯାଏ ଏଠାରେ ହିନ୍ଦୀ ଶିକ୍ଷକ ପଦବୀ ଖାଲିପଡିଛି। ଏନେଇ ଅଭିଭାବକମାନେ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଶିକ୍ଷକ ପଦବୀ ପୂରଣ ନହେବା ଛାତ୍ରଛାତ୍ରୀଙ୍କ ପାଇଁ ଭାଗ୍ୟ ଖରାପ୍ ବୋଲି କିଛି ଅଭିଭାବକ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *