କଳାହାଣ୍ଡି ଜିଲ୍ଲାର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଏବଂ ବରଗଡ଼ର ରବି ସାହୁ ଓ ସାଥୀଙ୍କ ଜାତୀୟ ଗଣତନ୍ତ୍ର ଦିବସ ଫିଉଜନରେ ସାମିଲ

କେସିଙ୍ଗା-୨୪/୧ ଆମ ଦେଶ ଦିଲ୍ଲୀ ଇଣ୍ଡିଆ ଗେଟ ଠାରେ ଆୟୋଜିତ ଗଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ ଓ ବରଗଡ଼ ଜିଲ୍ଲା ରବି ରତନ ସାହୁ ଓ ସାଥୀଙ୍କ ୬୦ କଳାକାର ଡାଲଖାଇ ନୃତ୍ୟ ରେ ସାମିଲ ହୋଇଛନ୍ତି। ପ୍ରଥମ କରି ଏହି ପ୍ୟାରେଡ଼ରେ ଦେଶ ର ବିଭିନ୍ନ ରାଜ୍ୟର ୪୫ ପ୍ରକାର ନୃତ୍ୟ ପରିବେଷଣ କରିବେ । ଦେଶରେ ହେଉଥିବା ଏହି ଫିଉଜନ ନୃତ୍ୟ ସମାବେଶରେ ବିଭିନ୍ନ ନୃତ୍ୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ଡାଲଖାଇ ନୃତ୍ୟ ବି ସ୍ଥାନ ପାଇଛି। ଆଜି ଏତେବଡ଼ ଫିଉଜନ ନୃତ୍ୟକୁ ଗିନିସ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେବା ପାଇଁ ପ୍ରତିଯୋଗିତା ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଫଳାଫଳ ଆସନ୍ତା ଜାନୁୟାରୀ ୨୬ ରେ ଘୋଷଣା ହେବ। ଦେଶରେ ଏତେବଡ଼ ବିଭିନ୍ନ ନୃତ୍ୟର ମିଶ୍ରଣ ରେ ଭାରତୀୟ ସଂସ୍କୃତି ସମ୍ପୂର୍ଣ୍ଣ ଝଲସିବ। ଏହି କଳାକାର ମାନେ ଗତ ୧ ମାସ ହେଲା ଦିଲ୍ଲୀରେ ରହି ନୃତ୍ୟ ଅଭ୍ୟାସ କରୁଛନ୍ତି। ବିଏସଏ ସମ୍ପାଦକ ଅକ୍ଷୟ କୁମାର ଦାସ ଓ ରବି ରତନ ସାହୁଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାର ୧୨୦ ରୁ ଅଧିକ କଳାକାର ଏହି ଗଣତନ୍ତ୍ରର ବଡ଼ ଉତ୍ସବରେ ସାମିଲ ପାଇଁ ଯାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଏସଏ କୋଷାଧ୍ୟକ୍ଷ ବିକ୍ରମ ବାରିକ, ବିଶିଷ୍ଟ ଘୁମୁରା ବାଦକ କମ୍ବୁପାଣି ବାଗ ପ୍ରମୁଖ ଏହି ଉତ୍ସବରେ ସାମିଲ ହେବା ପାଇଁ ଦିଲ୍ଲୀ ଯାଇଛନ୍ତି।

Leave a Reply

Your email address will not be published. Required fields are marked *