କେସିଙ୍ଗାରେ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ

କେସିଙ୍ଗା-୨୬/୧ ଆଜି କେସିଙ୍ଗା ନାଗରିକ କମିଟୀ ତରଫରୁ ୭୬ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଛି। ଏହି ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ନଗରପାଳ ନୃପରାଜ ଯାଦବ ପ୍ରମୁଖ ଯୋଗଦେଇ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିବା ସହ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ଉପାଧ୍ୟକ୍ଷା ‌‌‌‌‌‌‌‌‌‌‌‌‌‌‌ସରସ୍ବତୀ ସାହା, ଏନ୍ଏସି ର ସମସ୍ତ କାଉନସିଲର ବୃନ୍ଦ, ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ତାଙ୍କ ଅଭିଭାଷଣରେ ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ସେମାନଙ୍କ ପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ। ଏଥିସହିତ କେସିଙ୍ଗା ଏନ୍ଏସି ଯେତେବେଳେ ମୋର ସହଯୋଗ ଲୋଡିବେ, ମୁଁ ନିଶ୍ଚିତ ଭାବରେ ସହଯୋଗ କରିବି ବୋଲି ପ୍ରତିଶୃତି ଦେଇଥିଲେ। ଏହାପରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଏନ୍ଏସିର ସମସ୍ତ କର୍ମଚାରୀ ଓ ନାଗରିକ କମିଟୀର ରମେଶ ପଟ୍ଟନାୟକ, ମଗନ ସିନ୍ଦୁର ପ୍ରମୁଖ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଅଧ୍ୟାପକ ବି ସି ଆଚାରୀ ଓ ଜ୍ଞାନେନ୍ଦ୍ର ଭୋଇ। ଶେଷରେ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା। ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *