
ନର୍ଲା-୮/୩ (ପ୍ରଦୀପ କୁମାର ଗଉଡ) କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗ୍ରସ୍ତ ଅବସରରେ ରାଜ୍ୟରେ ୩୨୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଯାଇଛି। ଓଡ଼ିଶାରେ ୨୦ଟି ସାଇବର ଥାନା ଏବଂ ୨୪ଟି ପୋଲିସ ଷ୍ଟେସନର ଲୋକାର୍ପଣ ହୋଇଥିବା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନାର ଲୋକାର୍ପଣ ମଧ୍ୟ ହୋଇଛି। ନର୍ଲା ଥାନା ଅଧିକାରୀ ବିଜୟ ରାଜ ମାଝୀଙ୍କ ତତ୍ବାବଧାନରେ ଥାନା ପରିସରରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ପୋଲିସ, ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତି ଥିଲେ। ଏଥିରେ ଡିଏସପି ମୁକ୍ତି କୁମାର କୁଲୁ,ଭାରପ୍ରାପ୍ତ ଥାନା ଅଧିକାରୀ ସଞ୍ଜୁକ୍ତା ପଧାନ, ଏଏସ୍ଆଇ ଅବନୀ ରଂଜନ ଖୁରା, ପ୍ରଦୀପ କୁମାର ସେଠୀ, ରବିନ୍ଦ୍ର ତାଣ୍ଡି, ପ୍ରିୟବ୍ରତ ବେହେରା,କେତନ କରୁଆଁ, ରାହୁଲ ସୁନା, ମୋହନ ପାତ୍ର,ପଙ୍କଜିନୀ ମାଝୀ,ଦଇମତି ମାଝୀ ପ୍ରମୁଖ ସହ ନର୍ଲା ବିଜେଡି ବ୍ଳକ ସଭାପତି ନୀଳମଣି ସାହୁ,ମନ୍ମୟ ଚାନ୍ଦ,ଜିଲ୍ଲା ପରିଷଦ ସଦସ୍ୟା ଲିପି ଦୀପ, ନର୍ଲା ସରପଞ୍ଚ ତନୁ ହରପାଳ, ସମିତି ସଭ୍ୟ ସୁଦାମ ଝାଙ୍କର,ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା,ବାଗପୁର ସରପଞ୍ଚ ଗୋପାଳ ହାତୀ,ସେରଗଡ ସରପଞ୍ଚ ରାହୁଲ ସାହୁ, ଘାସିରାମ ମାଝୀ, ପୂର୍ଣ୍ଣ ପୁଝାରୀ, ଜୟନ୍ତ ଗଉଡ, ରୋହିତ ମାଝୀ ତଥା ଅନ୍ୟାନ୍ୟ ଅତିଥି ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ। ଲୋକ ମାନଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ଦିଗରେ ନୂତନ ଥାନା ଗୃହ ଆରଂଭ ହେବାରୁ ଆହୁରି ସୁବିଧା ଜନକ ଭାବରେ ହେବ ବୋଲି ସ୍ଥାନୀୟ ଅଧିକାରୀ ମାନେ ଆଶା ପ୍ରକାଶ କରିଛନ୍ତି।