କଲମପୁର- ୫/୨(ଗଣେଶରାମ ବାଗ) କଲମପୁର ବ୍ଲକ ପରିସରରେ ବୁଧବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ” ବିକଶିତ ଗାଁ ବିକଶିତ ଓଡ଼ିଶା ” ଯୋଜନାର ଲୋକାର୍ପଣ କରିଛନ୍ତି । ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀ କରଣ , କ୍ଷୁଦ୍ର ପର୍ଯଟନ ସ୍ଥଳୀର ବିକାଶ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ, ନୂତନ ଅଭିନବ ଜନମଙ୍ଗଳ କାରୀ ବହୁମୁଖି ପ୍ରକଲ୍ପର ନିର୍ମାଣ ଏବଂ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ଼ ହେବା ସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ଏହି ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି। ନୂତନ ସରକାର ଏହି ଯୋଜନାରେ ୫ ବର୍ଷ ପାଇଁ ୫କୋଟି ଖର୍ଚ୍ଚ କରାଯିବା ଲାଗି ଲକ୍ଷ୍ୟ ରହିଛି। ପ୍ରତିବର୍ଷ ଗ୍ରାମର ଉନ୍ନତୀକରଣ ପାଇଁ ୧କୋଟି ଟଙ୍କା ଖର୍ଚ୍ଚ କରାଯିବା ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିଡିଓ କନଫରେନ୍ସ ଜରିଆରେ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ । ଏହି ” ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଲୋକାର୍ପଣ କାର୍ଯ୍ୟକ୍ରମରେ କଲମପୁର ବ୍ଲକ ଅନ୍ତର୍ଗତ ୧୧ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ , ଏମବିକେ , ସିଆରପି , ବ୍ୟାଙ୍କ ମିତ୍ର, ଇସି ସଭ୍ୟା, ମହିଳା ଗୋଷ୍ଠୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଭିଭାଷଣ ଆରମ୍ଭ ନହଉଣୁ ଅଂଶଗ୍ରହଣ କରିଥିବା ଅନେକ ଲୋକ ପରିସର ମଧ୍ୟରୁ ବାହାରି ଚାଲିଯାଇଥିବା ଦେଖିବାକୁ ମିଳିଥିଲା।
କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ବେଳେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ।