
କେସିଙ୍ଗା – ୨୭/୧୦ ଗତ ଅଗଷ୍ଟ ମାସ ୧୨ରେ ଭବାନୀପାଟଣା ପୌରପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା ଅନାସ୍ଥା ପ୍ରସ୍ତାବ ଭୋଟରେ ହାରିବା ପରେ ଚଳିତ ମାସ ଗତ ଗୁରୁବାର ଦିନ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏହାକୁ ମୋହର ମାରିଥିଲା । ତେବେ ଓଡିଶା ମ୍ୟୂନିସପାଲ୍ ମାନୁଆଲ ଆକ୍ଟ ୮୯ (କ) ଅନୁସାରେ ଗତ ଶୁକ୍ରବାର ଜିଲ୍ଲାପାଳଙ୍କ ଚିଠି ନଂ ୨୨୩୩/ ୨୫.୧୦.୨୪ ରିଖ ଅନୁଯାୟୀ ଭବାନୀପାଟଣା ପୌରପରିଷଦର ଅଧ୍ୟକ୍ଷ ଭାବେ ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନଙ୍କୁ ଭବାନୀପାଟଣା ପୌରପାଳିକାର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ପୂର୍ବତନ ପୌରଧ୍ୟକ୍ଷା ସଂଯୁକ୍ତା ବେହେରା ବିଜେଡି ଦଳର ହ ଥିବାବେଳେ ତାଙ୍କ ବିପକ୍ଷରେ ନିଜ ଦଳର ସମସ୍ତ ୨୦ ଜଣ କାଉନସିଲର୍ ଶ୍ରୀମତୀ ବେହେରାଙ୍କ ବିପକ୍ଷରେ ଭୋଟ ଦେଇ ପରାଜିତ କରିଥିଲେ।