ଡୋଳାମଣିକୁ ମିଳୁନି କ୍ଷତିପୂରଣ, ପରିବାର ଲୋକେ ଧାରଣରତ

ଖଡ଼ିଆଳ- ୨୭/୧୦ ଖଡ଼ିଆଳ ଥାନା ଅର୍ନ୍ତଗତ ଚନବେଡା ପଞ୍ଚାୟତର ରୋହେନପଦର ଗ୍ରାମର ଡୋଲାମଣି ମୁଡ଼ାଡୋଙ୍ଗରୀ କ୍ରସର ପଥର ଖାଦାନ ବ୍ଲାଷ୍ଟିଂବେଳେ ଖଣ୍ଡିଆ ଖାବରା ହୋଇ ଅକର୍ମଣ୍ୟ ହୋଇଯାଇଥିଲା। ତେଣୁ ଡୋଳାମଣି ପରିବାର ପକ୍ଷରୁ ତାକୁ କ୍ଷତିପୂରଣ ଦେବା ସହ କ୍ରସର ମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କରି ଗତ ସୋମବାର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୭ ତାରିଖରେ ପଥର ଖାଦାନ ବ୍ଲାଷ୍ଟିଂବେଳେ ଡୋଳାମଣି ମାଝୀ (୫୦)) ଆହତ ସୋଇ ତାଙ୍କର ଡାହାଣ ପଟ ଗୋଡ଼ ପାଦର ଦୁଇ ଆଙ୍ଗୁଠି ଛିଣ୍ଡିଯିବା ସହ ଅଣ୍ଟାରେ ଗଭୀର ଆଘାତ ମଧ୍ୟ ଲାଗିଛି। ବର୍ତ୍ତମାନ ସୁଦ୍ଧା ଘା ଶୁଣିନଥିବା ବେଳେ ଅର୍ଥାଭାବରୁ ଚିକିସ୍ଚିତ ହୋଇପାରୁନାହାଁନ୍ତି। ଏନେଇ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଖାଲି ଏକ ମାମଲା ରୁଜୁ କରି ଚୁପ୍ ରହିଛି। ତେବେ ଡୋଳାମଣି ଅକର୍ମଣ୍ୟ ହୋଇଯିବା ଫଳରେ ପରିବାର ଲୋକେ ବେସାହାରା ସୋଇପଡ଼ିଛନ୍ତି। ତେଣୁ ପରିବାର ଲୋକେ କ୍ଷତିପୂରଣ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ଧାରଣାକୁ ସମର୍ଥନ କରି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଘାସିରାମ ମାଝୀ, କୋଷାଧ୍ୟକ୍ଷ ଗୌତମ ମାଝୀ, ହରି ମାଝୀ, ଦୋଲାନନ୍ଦ ମାଝୀ ପ୍ରମୁଖ ଧାରଣାରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *