ମଣ୍ଡଳ ବିଶ୍ବନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ‘ସ୍ମୃତି ସମ୍ଭାର’ ବାର୍ଷିକୋତ୍ସବ

କଲମପୁର,୨୯/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ବିଶ୍ୱନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ‘ସ୍ମୃତି ସମ୍ଭାର’ କାର୍ଯ୍ୟକ୍ରମ ଗତକାଲି ମହାସମାରୋହରେ ଉଦଯାପିତ ହୋଇଯାଇଛି l ସ୍କୁଲ ପ୍ରଧାନ ଶିକ୍ଷକ ତୃପ୍ତି ରଞ୍ଜନ ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରତାପ କିଶୋର ପଣ୍ଡା ସଭାପତି, ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି, ପୂର୍ବତନ ପ୍ରଧାନ ଶିକ୍ଷକ ନୃସିଂହ ପଣ୍ଡା ମୁଖ୍ୟବକ୍ତା, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ସ୍ୱତନ୍ତ୍ର ଅତିଥି, ମଣ୍ଡଳ ସରପଞ୍ଚ ତ୍ରିୟମ୍ବକ ଭୋଇ ସମ୍ମାନିତ ଅତିଥି, ସ୍କୁଲ କମିଟୀ ସଭାପତି ସଞ୍ଜୟ ସାହୁ ପ୍ରମୁଖ ମଞ୍ଚାସୀନ ରହି ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିବା ସହ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ରାଉତ ସ୍ଵାଗତ ଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିଲେ l ଉତ୍ସବ ଆରମ୍ଭରେ ସ୍କୁଲ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ୱାଗତ ସଂଗୀତ ସହ ନୃତ୍ୟ ପରିବେଷଣ ହୋଇଥିଲା l ଦ୍ଵିତୀୟ ପର୍ଯ୍ୟାୟରେ ଶିକ୍ଷାବିତ୍ ଭାବଗ୍ରାହୀ ପଣ୍ଡା, ସାମ୍ବାଦିକ ଚକ୍ରଧର ନାଏକ, ଲଡ଼ୁଗାଁ ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ, ପଣ୍ଡିଗାଁ ସ୍କୁଲ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଏକ, ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା , ଗଣେଶରାମ ବାଗ ପ୍ରମୁଖ ମଞ୍ଚାସୀନ ରହିଥିଲେ l ସ୍କୁଲ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା l ପୂର୍ବରୁ ହୋଇଥିବା ପ୍ରତିଯୋଗିତା ଗୁଡିକର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଶିକ୍ଷକ ବିଭୀଷଣ ପାନ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଅନିତା ସାହୁ, ସାଗରୀକା ପଣ୍ଡା, ସରସ୍ବତୀ ବିଶ୍ୱାଳ, ଅଞ୍ଜୁ ମୁଣ୍ଡ ସମେତ ସ୍କୁଲ କର୍ମଚାରୀ ଏବଂ କମିଟୀ ସଭ୍ୟ ବୃନ୍ଦ ସହଯୋଗ କରିଥିଲେ l ଶେଷରେ ଅଧ୍ୟାପକ ଧନଞ୍ଜୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *