
କଲମପୁର, ୮/୧୧ (ଗଣେଶରାମ ବାଗ) ବିଦ୍ୟାଳୟ ମାନଙ୍କରେ ବିଜ୍ଞାନପ୍ରେମୀ କୁନିକୁନି ବୈଜ୍ଞାନିକ ଛାତ୍ରୀଛାତ୍ର ମାନଙ୍କ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ କଲମପୁର ଗୋଷ୍ଠି ଶିକ୍ଷା ଅଧୀନରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୋଟାଗାଁ ଠାରେ ଆଜି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ସାଧନା କେନ୍ଦ୍ର ସଭାପତି ଅଶ୍ୱିନ କୁମାର ମୁଣ୍ଡଙ୍କ ସଭାପତିତ୍ବରେ ଆୟୋଜିତ ଏହି ବାଳ ବୈଜ୍ଞାନିକ ପ୍ରଦର୍ଶନୀର ପ୍ରଥମ ପର୍ଯ୍ୟାୟ ତଥା ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିଶଙ୍କର ବାଗ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଜୋନ ୧ ନଂ ସଭ୍ୟା ଦୁହିତା ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରେରାମ ଦ୍ଵୀପ, ଗୋଷ୍ଠୀ ସାଧନ ସଂଯୋଜକ ହେମନ୍ତ କୁମାର ପଣ୍ଡା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶୀଲ କୁମାର ମୁଣ୍ଡ , ବାଲ ବୈଜ୍ଞାନିକ ପ୍ରଦର୍ଶନୀର ସାଙ୍ଗଠାନିକ ସଂପାଦକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଷଧ୍ବଜ ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବରେ କଲମପୁର ଗୋଷ୍ଠି ଶିକ୍ଷା ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୪୬ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ହୋଇଥିଲା । ତନ୍ମଧ୍ୟରୁ ବାଳ ବୈଜ୍ଞାନିକ ପ୍ରଦର୍ଶନୀର ବରିଷ୍ଠ ବିଭାଗରୁ ମୋଟ ୩୪ ଟି ଓ କନିଷ୍ଠ ବିଭାଗରୁ ୪୯ ଟି ଏବଂ ଉପ କନିଷ୍ଠ ବର୍ଗରୁ ୫୪ ପ୍ରକଳ୍ପ ଅଂଶ ଗ୍ରହଣ କରିଥିବା ବେଳେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପ୍ରଦର୍ଶନୀରୁ ବରିଷ୍ଠ ବିଭାଗରେ ୬ଗୋଟି ଓ କନିଷ୍ଠ ବିଭାଗରୁ ୩ଗୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ। କୃତିତ୍ୱ ୭ଗୋଟି ପ୍ରକଳ୍ପ ଜିଲ୍ଲାସ୍ତରରେ ଯାଇ ପ୍ରକଳ୍ପ ପ୍ରଦର୍ଶନୀ କରିବା ସୂଚନା ମିଳିଛି । ସେଥିମଧ୍ୟରୁ ବିଶ୍ଵନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଶୁଭମ୍ ଚଣ୍ଡୀ , ସ୍ଵାମୀ ବିବେକାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟ ବିଜମରାର ଜିତୁ ଛତ୍ରିଆ , ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଧନପୁରର ଆରତୀ ନାଏକ , ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର କଲମପୁରର ତପନ କୁମାର ଛତ୍ରିଆ , ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୋଟାଗାଁର ଚନ୍ଦନ ସତନାମି , ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପଣ୍ଡିଗାଁର ଚର୍ଚ୍ଚିକା ଦୁର୍ଗା ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଲମପୁରର ପଲ୍ଲବୀ ପଣ୍ଡା ସହ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ତିନିଗୋଟି ପ୍ରକଳ୍ପ ବ୍ଲକ ସ୍ତରରେ ପୁରସ୍କୃତ ହୋଇଛନ୍ତି । ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ତଥା ଉଦଯାପନୀ ଉତ୍ସବରେ ଗୋଷ୍ଠି ଶିକ୍ଷା ଅଧୀକାରୀ ମଧୁସ୍ମିତା ନାଏକ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ , ମୁଖ୍ୟବକ୍ତା ଭାବରେ ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାଶିକ୍ଷକ କୋକସରା ସୁଧୀର କୁମାର ପଣ୍ଡା, ସମ୍ମାନୀୟ ଅତିଥି ଭାବରେ କୋଟାଗାଁ ପଞ୍ଚାୟତ ସରପଞ୍ଚ ଚନ୍ଦନ କୁମାର ପଣ୍ଡା , ବିଜ୍ଞାନ ସାଧନ କେନ୍ଦ୍ର ସଭାପତି ଅଶ୍ୱିନ କୁମାର ମୁଣ୍ଡ , ସାଂଗଠାନିକ ସଂପାଦକ କୁଷଧ୍ବଜ ଛତ୍ରିଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହ ଉଦବୋଧନ ପ୍ରଦାନ କରିଥିଲେ । ପ୍ରଦର୍ଶନୀରେ ଉପକୃତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବରେ ସହ ଶିକ୍ଷକ ଅନିଲ କୁମାର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଉଦଯାପନୀ ଉତ୍ସବରେ ଶିକ୍ଷକ ଅଭୟ ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପଲ୍ଲୀରୁ ଦିଲ୍ଲୀକୁ ଯାଇ ଇଂସ୍ପେୟାର ଆୱାଡ ପାଇଁ ଆନ୍ତର୍ଜାତିକ ସ୍ତରରେ ମନୋନୀତ ହୋଇଥିବା ଧନପୁର ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ମାନିନୀ ରଣାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଉଦଯାପନୀ ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଷଧ୍ବଜ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ବିଦ୍ୟାଳୟର ଶିକ୍ଷକମାନେ ସହଯୋଗ କରିଥିଲେ । ଆସନ୍ତା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ବିଶ୍ଵନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆୟୋଜିତ ହେବା ନିମନ୍ତେ ସଂପୃକ୍ତ ବିଦ୍ୟାଳୟକୁ ପତାକା ହସ୍ତାନ୍ତର କରାଯାଇଛି ।