
କେସିଙ୍ଗା-୩୧/୧ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ୫୦ ତମ ବାର୍ଷିକୋତ୍ସବ -୨୦୨୫ ‘ଉଡାନ୍’ ଅବସରରେ ଜି.କ୍ରିଷ୍ଣା ରେଡ୍ଡୀଙ୍କ ଲିଖିତ ‘ଚିତ୍ରଲେଖା’ କବିତା ସଙ୍କଳନ ମୁଖ୍ୟ ଅତିଥି ଶ୍ରୀ ଆନନ୍ଦ କୁମାର ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ, କେସିଙ୍ଗାଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ୩୫ ଟି ଓଡ଼ିଆ ଓ ୧୬ଟି ଇଂରାଜୀ କବିତା ସନ୍ନିବେଶିତ ଏହି ସଙ୍କଳନରେ କବି ମାନବ ଜୀବନର ବିଭିନ୍ନ ଅନୁଭବ ଓ ଅଭିଜ୍ଞତା ସମ୍ପର୍କରେ ଏକ ସମ୍ବେଦନଶୀଳ ଓ ସୃଜନଶୀଳ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି। ମାନବର ଜୀବନର ବିଭବମୟ ଚିତ୍ରଶାଳା ମାନବକୁ ଏକ ନୂତନ ଚିନ୍ତା ଓ ଚେତନାରେ ଉଡାନ୍ ପ୍ରସ୍ତୁତି କରିପାରିବ ବୋଲି କବି ଆଶା ପୋଷଣ କରିଛନ୍ତି। ଉନ୍ମୋଚନ ସମୟରେ ସ୍ବତନ୍ତ୍ର ଅତିଥି ଶ୍ରୀମତି ଯାଜ୍ଞସେନୀ ସାହା, ଅନ୍ୟତମ ଅତିଥି ଶ୍ରୀ ରାଜେଶ କୁମାର ଅଗ୍ରଓ୍ବାଲ, ସମ୍ମାନିତ ଅତିଥି ରୂପେ ଶ୍ରୀ ରାମ କୁମାର ଜୈନ, ଶ୍ରୀ ସନ୍ତୋଷ କୁମାର ରଥ ଓ ସଭାପତି ଶ୍ରୀ ସମୀର କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।