
କେସିଙ୍ଗା-୩୧/୧ କେସିଙ୍ଗା ଷ୍ଟେଟବ୍ୟାଙ୍କ ପକ୍ଷରୁ ସହୀଦ ଈଶ୍ୱର ଚନ୍ଦ୍ର ଦୋରାଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ନେଇ ଇନ୍ସୁରେନ୍ସ ବାବଦକୁ ୫୦ ଲକ୍ଷ ଟଙ୍କା ରାଶିର ଚେକ ତାଙ୍କ ଉତ୍ତରାଧିକାରୀ ହରିପ୍ରିୟା ଦୋରା ଙ୍କୁ ପ୍ରଦାନ କରାଯାଇଛି। ଏହି ବ୍ୟାଙ୍କରେ ତାଙ୍କର ଏକାଉଣ୍ଟ ଥିଲା ଏବଂ ଇନ୍ସୁରେନ୍ସ କଭର କରୁଥିଲା। ବ୍ୟାଙ୍କ ସି ଏମ୍ ରୋହିତ ମହାନନ୍ଦ , ବିଡ଼ିଓ ସିଦ୍ଧେଶ୍ୱର ମେହେରଙ୍କ ଉପସ୍ଥିତିରେ ସହୀଦଙ୍କ ମା ଶ୍ରୀମତୀ ଦୋରା ଙ୍କୁ ବ୍ୟାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ।