
ଭବାନୀପାଟଣା- ୨/୧୦ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ହେଲେ କିଛି ସ୍ଥାନରେ ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଯୋଜନା ସଠିକ୍ ଭାବରେ କାର୍ଯ୍ୟକାରୀ ନ ହେବା ସହ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହେବାରେ ଲାଗିଛି । ଏଭଳି ଏକ କାର୍ଯ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ। ସୂଚନା ଯୋଗ୍ୟ ଯେ ଆମପାଣି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆମପାଣି ଅଞ୍ଚଳର ଜୈନେକ ଠିକାଦାର ମେଟାଲିଂ ଓ ଚିପ୍ସ କଂକ୍ରିଟ କାର୍ଯ୍ୟ କରିଥିଲେ । ଠିକାଦାର ଅତି ନିମ୍ନମାନର ମେଟାଲ, ବାଲି ଏବଂ କମ୍ ପରିମାଣର ସିମେଣ୍ଟ ବ୍ୟବହାର କରୁଥିବା ବେଳେ ୮ କଢ଼େଇ ମେଟାଲରେ ୧୦ କଢ଼େଇ ବାଲି ଏବଂ ଅଧା ବସ୍ତା ସିମେଣ୍ଟ ବ୍ୟବହାର କରିଥିବା ଜଣାପଡିଥିଲା । ଏନେଇ ଜନୈକ ଗଣମାଧ୍ୟମ ପ୍ରତିନିଧି କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରିଥିଲେ ହେଁ କୈାଣସି ଉତ୍ତର ମିଳିନଥିଲା । ପରେ ବ୍ଳକ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ମୁଁ ଜେଇଙ୍କୁ ପଠାଉଛି ବୋଲି କହିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଜେଇଙ୍କ ଦାୟିତ୍ଵହୀନତା, ଏବଂ ଠିକାଦାରଙ୍କ ସହିତ ମଧୁଚନ୍ଦ୍ରିକାରେ ଚାଲିଛି କାମ। ହେଲେ କଥାରେ ଅଛି ଇଟାକେ ବଲସନ ‘ଖାଏଲା ଟୋଣ ଆରୁ ବେଟଲା ହାତ’ । କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତା’ର ସୂଚନା ଫଳକ ରହିବା କଥା। କିନ୍ତୁ ଏଠି କାର୍ଯ୍ୟର ସୂଚନା ଫଳକ ଲାଗି ନଥିବା ହେତୁ କେଉଁ ବିଭାଗର କାର୍ଯ୍ୟ ଏବଂ କେତେ ଟଙ୍କାର ଅନୁଦାନ ରାଶି ରହିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।ଦେଖାଯାଉ ଖବର ପ୍ରସାରଣ ପରେ ପ୍ରଶାସନ କ’ଣ ଉକ୍ତ କାର୍ଯ୍ୟ ଉପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ନାଁ ସଲାସୁତୁରା ହୋଇ ବିଲ୍ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ପିସି ଖିଆ ଜେଇ କେ ଲାଭଖୋର ଠିକାଦାର
Anchor ବର୍ତ୍ତମାନ ବିଜେପି ଓଡିଶାରେ ଡବଲ୍ ଇଞିନ ସରକାର ଚାଲୁଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଗୁଡ଼ିଏ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରିଆସୁଛନ୍ତି । ହେଲେ କିଛି ସ୍ଥାନରେ ବିଭାଗୀୟ ଯନ୍ତ୍ରୀଏବଂ ଠିକାଦାର ମାନଙ୍କ ମଧୁ ଚନ୍ଦ୍ରିକା ହେତୁ ସରକାରଙ୍କ ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ନ ହେବାସହ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ ହେବାରେ ଲାଗୁଛି । ମଙ୍ଗଳବାର ଏଭଳି ଏକ କାର୍ଯ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ
ସୁଚନା ଯୋଗ୍ୟ ଯେ ଆମପାଣି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ଠାରେ ଆମପାଣି ଅଞ୍ଚଳର ଜୈନେକ ଠିକାଦାର ମେଟାଲିଂ ଓ ଚିପ୍ସ କଂକ୍ରିଟ କାର୍ଯ୍ୟ ହାତକୁ ନେଇ
କାର୍ଯ୍ୟ ଆରମ୍ଭ କରିଥିଲେ । ଅତି ନିମ୍ନମାନର ମେଟାଲ , ବାଳି, ଏବଂ କମ ପରିମାଣର ସିମେଣ୍ଟ ବ୍ୟବହାର କରୁଥିବାବେଳେ ଆଠ କଢ଼େଇ ମେଟାଲ ରେ ଦଶ କଢ଼େଇ ବାଳି ଏବଂ ଅଧବୋରା ସିମେଣ୍ଟ ଦେଉଥିବା ଜଣା ପଡିଥିଲା । ଏନେଇଁ ଆମ ପ୍ରତିନିଧି ଜେଇ କୁ ଫୋନ କଲ୍ କରିଥିଲେ ହେଲେ କୈ। ଣଷି ଉତ୍ତର ମିଳିନଥିଲା । ପରେ ବ୍ଳକ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ମୁଁ ଜେଇ ଙ୍କୁ ପଠାଉଛି ବୋଲି କହିଥିଲେ ।
ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଜେଇଙ୍କ ଦାୟିତ୍ଵ ହିନତା, ଏବଂ ଠିକାଦାର ଙ୍କ ସହିତ ମଧୁ ଚନ୍ଦ୍ରିକା। ହେଲେ କଥାରେ ଅଛି ଇଟାକେ ବଲସନ ‘ଖାଏଲା ଟୋଣ ଆରୁ ବେଟଲା ହାତ’ । କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତାର ସୁଚନା ପଳକ ରହିବା କଥା କିନ୍ତୁ ଏଠି କାର୍ଯ୍ୟ ର ସୁଚନା ପଳକ ଲାଗି ନଥିବା ହେତୁ କେଉଁ ବିଭାଗର କାର୍ଯ୍ୟ ଏବଂ କେତେ ଟଙ୍କାର ଅନୁଦାନ ରାଶି ରହିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।
ଦେଖାଯାଉ ଖବର ପ୍ରସାରଣ ପରେ ପ୍ରଶାସନ କ’ଣ ଉକ୍ତ କାର୍ଯ୍ୟ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ନାଁ ସଲାସୁତୁରା ହୋଇ
ବିଲ୍ କରୁଛନ୍ତି ତାହା ଆଗକୁ ଦେଖିବେ ସାଧାରଣ ଜନତା ।