ଅପହଞ୍ଚ ଅଞ୍ଚଳରେ ସ୍ବାସ୍ଥ୍ୟ ସ୍ବରାଜ କମ୍ୟୁନିଟି ହସ୍ପିଟାଲ ଉଦ୍ଘାଟନ

ଭବାନୀପାଟଣା – ୦୪//୧୦(ଲକ୍ଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ କାଣୀଗୁମା ଠାରେ ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟି ନୂଆ କମ୍ୟୁନିଟି ହସ୍ପିଟାଲ ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଅନେକ ସ୍ଥାନୀୟ ଲୋକଙ୍କ ଭିଡ଼ ହୋଇଥିବା ବେଳେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ମାର୍ଗ ହୋଇଛି । ଯାହା ଅନୁସାରେ କଳାହାଣ୍ଡି ଜିଲ୍ଲା ଅପହଞ୍ଚ ଇଲାକାର ଜନଜାତି ସୁଲଭ ଏବଂ ଉନ୍ନତମାନର ସ୍ବାସ୍ଥ୍ୟ ସେବା ପାଇପାରିବେ ।
ସ୍ବାସ୍ଥ୍ୟ ସ୍ବରାଜ କମ୍ୟୁନିଟି ହସ୍ପିଟାଲରେ ବିଭିନ୍ନ ଚିକିତ୍ସା ସେବା , OPD , IPD , ଜରୁରୀ କାଳୀନ ଚିକିତ୍ସା ସେବା , ମାତୃ ଏବଂ ଶିଶୁ ସୁରକ୍ଷା , ଟିବି ରୋଗ ଏବଂ ମ୍ୟାଲେରିଆ , ପୃଷ୍ଟିହୀନତା ଏବଂ ଅନ୍ୟାନ୍ୟ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବ। ଏହି ସୁବିଧା ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟି ଟୀକାଉ ଏବଂ ବିସ୍ତାର ଯୋଗ୍ୟ ସ୍ବାସ୍ଥ୍ୟ ସମାଧାନର ପ୍ରତିବଦ୍ଧତାର ପ୍ରମାଣ ହୋଇଥିବା ବେଳେ ସବୁଠାରୁ ଅବହେଳିତ ଜନଜାତି ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା ୮୦ ସ୍ବାସ୍ଥ୍ୟ ସାଥି , ୮୦ ତୁଳସୀ ସାଥି , ୧୪ ଶିକ୍ଷା ସାଥି , ୨୧ ଶିଶୁ ସାଥି ଏବଂ ୭୦ ରୁ ଅଧିକ କ୍ରେଚ କେୟାର ଗିଭର୍ ମାନଙ୍କୁ ସମ୍ମାନିତ କରାଯାଇଛି। ଯେଉଁମାନେ ସ୍ବାସ୍ଥ୍ୟ ସ୍ବରାଜର ସମୁଦାୟ ସ୍ବାସ୍ଥ୍ୟ ପ୍ରୟାସର ମୂଳଭିତ୍ତି ହୋଇଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଓ ସାର୍ବଜନୀକ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଚେତା ପାଣି ଯୋଗଦେଇ ଏହି ପ୍ରକଳ୍ପ ଗୁଡ଼ିକର ଗୁରୁତ୍ଵକୁ ଉଲ୍ଲେଖ କରିଥିଲେ। ଯାହା ଦୂର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାର ଅନ୍ତରକୁ ଦୂର କରିବାରେ ସାହାଯ୍ୟ କରିବ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଣ୍ଡୋ ମାଝୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ସୁପରୀଟେନଡେଣ୍ଟ ଡାକ୍ତର ଶରତ ଚନ୍ଦ୍ର ସିଂହ , ବରିଷ୍ଠ OAS ଅଧିକାରୀ ଅତିରିକ୍ତ CDO କମ୍ EO କଳାହାଣ୍ଡି ଦିଲ୍ଲୀପ ମହାରଣା , ସେଞ୍ଚୁରୀୟାନ ୟୁନିଭରସିଟି ଅଫ ଟେକ୍ନୋଲୋଜି ଏବଂ ମେନେଜମେଣ୍ଟ ଡାକ୍ତର ସୁପ୍ରିୟା ପଟ୍ଟନାୟକ, କାଣିଗୁମା ସରପଞ୍ଚ ଧୃବ କାନ୍ତ ମାଝୀ , ରୋଟାରୀ କ୍ଲବ ଭୁବନେଶ୍ୱର ଜିଲ୍ଲା ଗଭର୍ଣ୍ଣର ସ୍ମୀତି ଜୟନ୍ତୀ ମହାନ୍ତି , ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟି ଅଧ୍ୟକ୍ଷ ଏବଂ ସେଣ୍ଟ ଜନ୍ ମେଡିକାଲ କଲେଜର ଡିନ୍ ଡାକ୍ତର ଜର୍ଜ ଡି ସୁଜା , ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟିର ସଂସ୍ଥାପକ ତଥା ସଚିବ ଡାକ୍ତର ଏଡାସେରୀ ପ୍ରମୁଖ ଉପସ୍ଥିତ ଥାଇ ପ୍ରକଳ୍ପ ଗୁଡ଼ିକର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ । ଶେଷରେ ଡାକ୍ତର ଜଗନ୍ନାଥ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *