ଅନାସ୍ଥା ପ୍ରସ୍ତାବ କାଟ ଖାଇଯିବାର ସମ୍ଭାବନା

କେସିଙ୍ଗା – ୫/୧୦ ଅନାସ୍ଥା ପ୍ରସ୍ତାବ ସପକ୍ଷବାଦୀଙ୍କ ଶିବିରରେ ଭାଇରାଲ୍ ହେଉଥିବା ଫଟୋ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟା ନଥିବା ପରି ମନେ ହେଉଛି। କେସିଙ୍ଗା ବ୍ଲକ ଅଧୀନରେ ୨୬ ଟି ଗ୍ରାମ ପଞ୍ଚାୟତ ଥିବାବେଳେ ୨୬ ଜଣ ସରପଞ୍ଚ ଓ ୨୬ ଜଣ ସମିତି ସଭ୍ୟ/ ସଭ୍ୟା ନିର୍ବାଚିତ ହୋଇଛନ୍ତି। କେସିଙ୍ଗା ବ୍ଲକରେ ସମୁଦାୟ ସମିତି ମେମ୍ବର ଓ ସରପଞ୍ଚଙ୍କ ସଂଖ୍ୟା ୫୨ ଜଣ ଅଛନ୍ତି। ଅନ୍ୟପକ୍ଷେ ଅନାସ୍ଥା ପ୍ରସ୍ତାବ ଭୋଟରେ କେସିଙ୍ଗା ବ୍ଲକ ପାଇଁ ୨ ଜଣେ ବିଧାୟକ ଓ ଜଣେ ସାଂସଦ ଭାଗ ନେବାର ନିୟମ ଥିଲାବେଳେ ସମୁଦାୟ ସଦସ୍ୟ ସଂଖ୍ୟା ୫୫ ଜଣ ହେବ ବୋଲି ଗଣିତ କହୁଛି। ଏହି ୫୫ ସଦସ୍ୟଙ୍କ ଦୁଇ ତୃତୀୟାଂଶ ଭୋଟ ହେଲେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୩୮ ଭୋଟର ଆବଶ୍ୟକତା ରହିଛି। କିନ୍ତୁ ଅନାସ୍ଥା ପ୍ରସ୍ତାବ ସପକ୍ଷବାଦୀଙ୍କ ଶିବିରରେ ସମୁଦାୟ ୩୩ ଜଣ ଥିବାବେଳେ ଆହୁରି ଆବଶ୍ୟକ କରୁଛି ୫ ଜଣ ସଦସ୍ୟଙ୍କ ସମର୍ଥନ। ଏବେ ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ଯୋଗାଡ଼ ପାଇଁ ଛକାପଞ୍ଝା ଚାଲିଥିଲା ବେଳେ ଭବିଷ୍ୟତ କାହା ସପକ୍ଷରେ ଯିବ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *