ଟ୍ରଷ୍ଟ ଭାବେ ପଞ୍ଜିକୃତ ହେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍, କେସିଙ୍ଗା

କେସିଙ୍ଗା ତା ୨୨.୧୦(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଟ୍ରଷ୍ଟ ସହର ର ବହୁ ଏକ ଅଗ୍ରଣୀ ଅନୁଷ୍ଠାନ।ଦୀର୍ଘ ଦିନରୁ ବିଭିନ୍ନ ସାମାଜିକ କାର୍ଯ୍ୟ କରି ବହୁ ଚର୍ଚ୍ଚିତ ହୋଇ ସୁନାମ ଅର୍ଜନ କରିଥିବା ଟ୍ରଷ୍ଟ ସବ – ରେଜିଷ୍ଟ ର କାର୍ଯ୍ୟାଳୟ ଠାରେ ଟ୍ରଷ୍ଟ ପକ୍ଷରୁ କିଛି ତଳେ ଆବେଦନ କରାଯାଇଥିଲା। ତାହା ସବ- ରେଜିଷ୍ଟର ଅଫିସର ଙ୍କ ଦ୍ଵାରା ପଞ୍ଜିକୃତ ହୋଇ ସମସ୍ତ କାଗଜ ଜାତ ଉକ୍ତ ଟ୍ରଷ୍ଟର ସମ୍ପାଦକ ଙ୍କୁ ମଙ୍ଗଳବାର ପ୍ରଦାନ କରିଥିବାରୁ ଟ୍ରଷ୍ଟ ର ସଭାପତି, ଉପ ସଭାପତି, ସାଧାରଣ ସଂପାଦକ,କୋଷାଧ୍ୟକ୍ଷ ତଥା ସମସ୍ତ ସଦସ୍ୟ ଆନନ୍ଦିତ ପ୍ରକାଶ କରିଛନ୍ତି। ପଞ୍ଜିକୃତ ନମ୍ବର ହେଲା ୪୧୯୮୨୪୦୧୨୮୫/୧୭.୧୦.୨୪ ଦିନ ରେ ପଞ୍ଜିକୃତ ହୋଇଛି। ଟ୍ରଷ୍ଟର ମୂଳ ଲକ୍ଷ ହେଲା ଆଗାମୀ ଦିନରେ ଲୋକଙ୍କ ବିଭିନ୍ନ ସମସ୍ୟା ଯଥା ରାସ୍ତା ଘାଟ,ପାନୀୟଜଳ, ଆଲୋକି କରଣ,ବିଭିନ୍ନ ଦୁର୍ନୀତି କାର୍ଯ୍ୟକ୍ରମ ରେ ଖବର ପ୍ରସାରଣ କରି ରାଜ୍ୟ ସରକାର ଙ୍କୁ ଦୃଷ୍ଟି ଗୋଚର କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *