ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଭବାନୀପାଟଣା -୨୩/୧୦ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ନକ୍ସଲ ସଙ୍ଗଠନକୁ ସହଯୋଗ କରି ଆସୁଥିବା ମହିଳା ନକ୍ସଲ ଦେବ ସୌରୀ ଓରଫ ଗୀତା (ସିପିଆଇ) ମାଓ ସଙ୍ଗଠନକୁ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, କୋରାପୁଟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଚରଣ ସିଂ ମିନା ପ୍ରକାଶ କରିଥିଲେ ଯେ ଏହି ମହିଳା ନକ୍ସଲ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିଲା। ବିଶେଷ କରି ସେ କୌଣସି ନକ୍ସଲ ହିଂସାରେ ନଥିଲେ ବି ନିଜେ ମାଓ ସଙ୍ଗଠନର ନର୍ସିଂ ସେବାରେ ସାମିଲ ହୋଇଥିଲେ। ଏହି ମହିଳା ମାଓବାଦୀ ୨୦୧୮ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା। ଅନ୍ୟ ମାଓବାଦୀ ମାନେ ବି ମାଓ ସଂଗଠନରେ ନରହି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଡି ଆଇ ଜି ଶ୍ରୀ ମିନା ଅପିଲ କରିଛନ୍ତି।

Leave a Reply

Your email address will not be published. Required fields are marked *