
କେସିଙ୍ଗା-୨/୧୧ ରାଜ୍ୟ ସରକାର ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନ ଲାଗି ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବିଡିଓ ପଦ୍ମନାଭ ବେହେରା ଆଜି ଶନିବାର ୧୧ ଟା ସମୟରେ ଲଇତରା ପଞ୍ଚାୟତର ଜୋଲକ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବୁଥ୍ ସ୍ତରୀୟ ଆଲୋଚନା ପାଇଁ ଯାଇଥିଲେ। ହେଲେ ବିଡ଼ିଓ ଶ୍ରୀ ପୁରୋହିତ ସ୍କୁଲରେ ୧୧ ଟାରେ ପହଞ୍ଚି ଦେଖିଥିଲେ ଯେ ସ୍କୁଲର ମୁଖ୍ୟ ଗେଟରେ ତାଲା ପଡ଼ିଥିଲା ବେଳେ ସ୍କୁଲ ମଧ୍ୟ ଖୋଲିନଥିଲା। ତେଣୁ ବିଡ଼ିଓ ଶ୍ରୀ ପୁରୋହିତ ବୁଥ୍ ସ୍ତରୀୟ ଅଧିକାରୀ କିମ୍ବା ଆଉ କାହାକୁ ନପାଇ ବ୍ଲକକୁ ଫେରିଆସି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାପଡ଼ିଛି।