କେସିଙ୍ଗା- ୨/୧୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟିଂ ଆସନ୍ତା ନଭେମ୍ବର ୧୮ ତାରିଖରେ ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଗତକାଲି ଶୁକ୍ରବାର ଅଧ୍ୟକ୍ଷଙ୍କ ବିରୋଧରେ ୧୨ .୩୦ ରେ ଭୋଟିଂ ହେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅତିରିକ୍ତ ଉପ ଜିଲ୍ଲାପାଳ ଜୟଦେବ ଦାଶ ଏହି ନିର୍ବାଚନ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ଵରେ ଥିଲେ। କିନ୍ତୁ ଗତକାଲି ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀ ଦାଶ ନଆସି ପାରିବାରୁ ଅନାସ୍ଥା ପ୍ରସ୍ତାବ ଭୋଟିଂ ସ୍ଥଗିତ ରହିଥିଲା। ଏଥିଲାଗି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ସୂଚନାନୁଯାୟୀ ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀ ଦାଶଙ୍କ ସ୍ତ୍ରୀ ଅସୁସ୍ଥ ଥିବାବେଳେ ଆଇୟୁସିରେ ଭର୍ତ୍ତି ହୋଇଥିବାରୁ ପ୍ରିଜାଇଡିଂ ଅଫିସର ଆସି ପାରିନାହାନ୍ତି। ତେଣୁ ଭୋଟିଂ ସ୍ଥଗିତ ରହିଲା। ପୁନଃ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟିଂ ତାରିଖ ଧାର୍ଯ୍ୟ କରାଯିବ ବୋଲି ମାଜିଷ୍ଟ୍ରେଟ ଶ୍ରୀମତୀ ପ୍ରଧାନ କହିଥିଲେ।