ଅଜଣା ବ୍ୟକ୍ତିର ଛୁରା ମାଡରେ ଜଣେ ଆହତ

କେସିଙ୍ଗା-୨/୧୧ ଗତକାଲି ଶୁକ୍ରବାର ରାତିରେ ସ୍ଥାନୀୟ ଜଗନ୍ନାଥପଡା ସ୍ଥିତ କୈବର୍ତ୍ତ ଗଳିର ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ଦୁର୍ବୁତ୍ତ ଛୂରାମାଡ କରି ଫେରାର ହୋଇଯାଇଥିବା ଖବର ମିଳିଛି। ତେବେ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଗନ୍ନାଥ ପଡ଼ାର ରାମଚନ୍ଦ୍ର କୈବର୍ତ୍ତଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ରାତିରେ ଶ୍ରୀ କୈବର୍ତ୍ତଙ୍କୁ ଛୁରାମାଡ କରିବା ଫଳରେ ତାଙ୍କ ବାମ ପଟ ବେକରେ ଆଘାତ ଲାଗିଛି। ଏନେଇ ତାଙ୍କ ଝିଅ ମନିଷା କୈବର୍ତ୍ତ ଆଜି କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛି। ଅଭିଯୋଗ ପାଇଁ ପୁଲିସ ଥାନା କେଶ୍ ନଂ ୪୧୯/୨୦୨୪ ମାମଲା ରୁଜୁ କରି ଘଟଣାସ୍ଥଳକୁ ଆସି ଛାନଭିନ୍ ସହ ତଦନ୍ତ ଜାରି ରଖିଛି। ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଶ୍ରୀକୈବର୍ତ୍ତଙ୍କ ବେକରେ ଜୋରରେ ଆଘାତ ଲାଗିଥିବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *