ତିନି ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ପାଇଁ ବିଜ୍ଞପ୍ତି ପ୍ରକାଶ

କେସିଙ୍ଗା- ୩/୧୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ପଞ୍ଚାୟତରେ ୨୬ ଟି ପଞ୍ଚାୟତ ଥିବାବେଳେ ଆସନ୍ତା ୪, ୧୧ ଓ ୧୬ ତାରିଖରେ ତିନି ଜଣ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ହେବ ବୋଲି ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ ତାରିଖରେ କଶୃପଡା ସରପଞ୍ଚ, ୧୧ ତାରିଖରେ ଉତ୍କେଳା ସରପଞ୍ଚ ଓ ୧୬ ତାରିଖରେ କୁଣ୍ଡାବନ୍ଧ ସରପଞ୍ଚଙ୍କ ବିରୋଧରେ ଭୋଟିଂ ହେବ ବୋଲି ଜଣାପଡିଛି। ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଆଗରୁ କଶୃପଡା ସରପଞ୍ଚଙ୍କ ବିରୋଧରେ ଭୋଟିଂ ପାଇଁ ନଭେମ୍ବର ୪ ତାରିଖ ସ୍ଥିର ହେଇଥିଲା ବେଳେ ଉତ୍କେଳା ଓ କୁଣାବନ୍ଧ ସରପଞ୍ଚଙ୍କୁ ହାଇକୋର୍ଟରୁ ଷ୍ଟେ ଅର୍ଡର ନମିଳିବାରୁ ଏମାନଙ୍କ ବିରୋଧରେ ଭୋଟିଂ ହେବା ପାଇଁ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଏହି ୩ ଜଣ ସରପଞ୍ଚଙ୍କ ମଧ୍ୟରୁ ଜଣେ ବି ଯଦି ଅନାସ୍ଥା ପ୍ରସ୍ତାବ ଭୋଟିଂରେ ହାରିଯାଆନ୍ତି, ତେବେ ବ୍ଲକ ଅଧ୍ୟକ୍ଷ ବିରୋଧରେ ଅଜ୍ଞାତବାସରେ ଥିବା ଦଳପ୍ରତି ଅଡ଼ୁଆ ବଢିଯାଇପାରେ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *