
କଲମପୁର, ୫/୧୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡିଡଙ୍ଗରିଗୁଡା ନଦୀଖଣ୍ଡି ଖେଳପଡ଼ିଆ ଠାରେ ମାଁ ଭଣ୍ଡାର ଘରେନ୍ ୟୁଥ କ୍ଲବ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୩୧ ତାରିଖ ଗୁରୁବାର ଦିନ ଆରମ୍ଭ ହୋଇ ସୋମବାର ଦିନ ଉଦଯାପିତ ହୋଇଯାଇଛି।
ପ୍ରଥମ ସେମିଫାଇନାଲ ଖେଳ ସାରେଶମାଲ ଡଙ୍ଗରିଗୁଡ଼ା ଏବଂ ମଣ୍ଡଳ ମଧରେ ଅନୁଷ୍ଠିତ ହୋଇଥିବା ବେଳେ ସାରେଶ୍ମାଲ ଡଙ୍ଗରିଗୁଡ଼ା ଖେଳାଳିମାନେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲେ । ଦ୍ୱିତୀୟ ସେମିଫାଇନାଲ ଖେଳ ବଙ୍କାପଲା ଏବଂ ଭେଲାଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହେଇଥିଲା । ସେଥିରେ ବଙ୍କାପଲା ଦଳ ବିଜୟ ଲାଭ କରି ଫାଇନାଳକୁ ପ୍ରବେଶ କରିଥିଲେ । ଉଦଯାପନୀ ଦିବସର ଫାଇନାଳ ଖେଳ ସାରେସମାଲ ବଙ୍କାପଲା ମଧରେ ସଙ୍ଘର୍ଷ ପୂର୍ଣ ଖେଳ ହୋଇଥିଲା । କେହି କାହାରି ଉପରେ ଗୋଲ ସ୍କୋର କରିନଥିବାରୁ ପେନାଲଟି ବଳରେ ସାରେସମାଲ ଡଙ୍ଗରିଗୁଡ଼ା ଖେଳାଳିମାନେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ । ଉଦଯାପନୀ ଦିବସର ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବରେ କୋଟାଗାଁ ପଞ୍ଚାୟତ ସରପଞ୍ଚ ଚନ୍ଦନ ପଣ୍ଡା , ମୁଖ୍ୟ ବକ୍ତା ଭାବରେ ସମାଜସେବୀ ଗୌତମ ବିହାରୀ , ସମ୍ମାନିତ ଅତିଥି ଭାବରେ ସୁଦର୍ଶନ ମାଝୀ , ଅପସିଂ ମାଝୀ , ମିନକେତନ ମାଝୀ , ଗୌରାଙ୍ଗ ବାଗ , ଘେନୁନାଥ ବାଗ , ଖଗେଶ୍ବର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ଫାଇନାଳ ଖେଳକୁ ଖେଳ ପରିଚାଳକ ଓମି କିଶୋର ପାତ୍ର କାର୍ଯ୍ୟ ନିର୍ବାହ କରିଥିବା ବେଳେ ଲାଇନମେନ୍ ଭାବରେ ଜୟନ୍ତ ବନ୍ଦିଛୋଡ ଏବଂ ଦୁଷ୍ମନ୍ତ ମାଝୀ ପଞ୍ଚଦିବସୀୟ ସମସ୍ତ ମ୍ୟାଚକୁ ଦାୟିତ୍ବ ସହ ସମ୍ପାଦନ କରିଥିଲେ । କ୍ଷୀରସିନ୍ଧୁ ବାଗ ଏବଂ ସୌରବ କୁମାର , ଝାଡେଶ୍ୱର୍ ଦୁର୍ଗା ପ୍ରମୁଖ ଧାରା ବିବରଣୀ ଦେଇଥିବା ବେଳେ ଗାଁ କମିଟି ତଥା ମାଁ ଭଣ୍ଡାର ଘରଣୀ ୟୁଥ୍ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ମାଁ