
କେସିଙ୍ଗା-୯/୧୧ ଆଜି ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ୧୩ ଟି ବ୍ଲକର ସରକାରୀ କର୍ମଚାରୀଙ୍କୁ ନେଇ ତୃତୀୟ ଆଡମିନିଷ୍ଟ୍ରେଟିଭ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏଥିରେ କ୍ୟାପଟେନ ଭାବେ କେସିଙ୍ଗା ବ୍ଲକର କନିଷ୍ଠ ଯନ୍ତ୍ରୀ ଜଳେଶ୍ଵର ନାଏକ ଓ ଭାଇସ୍ କ୍ୟାପଟେନ ଭାବେ ରାଜସ୍ୱ ନିରୀକ୍ଷକ ବୈକୁଣ୍ଠ ପାଣିଗ୍ରାହୀଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ ପାଇଁ ଭବାନୀପାଟଣା ଗସ୍ତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ରିଜର୍ଭ ପୋଲିସ ପଡ଼ିଆ, ମେଦିନୀପୁର ହାଇସ୍କୁଲ ପଡିଆ ଓ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ନକ୍ ଆଉଟ୍ ପଦ୍ଧତିରେ ଖେଳା ହେବାର କାର୍ଯ୍ୟକ୍ରମ ରହିଛି। ଏହାର ଫାଇନାଲ ଖେଳ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ତେବେ କେସିଙ୍ଗା ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ଜଳେଶ୍ଵର ନାଏକଙ୍କ ନେତୃତ୍ବରେ ବ୍ଲକରୁ ୬ ଜଣ, ବିଇଓ କାର୍ଯ୍ୟାଳୟରୁ ୫ ଜଣ, ତହସିଲ କାର୍ଯ୍ୟାଳୟରୁ ୨ ଜଣ, ଟିପିଡବ୍ଲଓଡିଏଲ କାର୍ଯ୍ୟାଳୟରୁ ୩ ଜଣ ଓ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରୁ ଜଣେ ମନୋନୀତ ହୋଇ ଥାର୍ଡ ଆଡମିନିଷ୍ଟ୍ରେଟିଭ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି କେସିଙ୍ଗା ବ୍ଲକର ସୁନାମ ଅର୍ଜନ ଆଣିବା ସହ କପ୍ ହାସଲ କରିବା ପାଇଁ ବିଡ଼ିଓ ପଦ୍ମନାଭ ପୁରୋହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି।
