
କେସିଙ୍ଗା- ୯/୧୧ ଆଜିଠାରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଥାର୍ଡ ଆଡମିନିଷ୍ଟ୍ରେସନ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏଥିରେ କେସିଙ୍ଗା ବ୍ଲକରୁ କ୍ୟାପଟେନ ଜଳେଶ୍ଵର ନାଏକ, କନିଷ୍ଠ ଯନ୍ତ୍ରୀଙ୍କ ନେତୃତ୍ବରେ ୧୭ ଜଣିଆ ଏକ ଟିମ୍ ଭାଗ ନେଇଥିଲା। କେସିଙ୍ଗା ବ୍ଲକ ଟିମ୍ ଗ୍ରୁପ୍ ସି ରେ ସ୍ଥାନ ପାଇଥିଲା ବେଳେ ଆଜି ଉଦ୍ଘାଟନୀ ମ୍ୟାଚରେ ମେଦିନୀପୁର ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଉପ ଜିଲ୍ଲାପାଳ, ଧର୍ମଗଡ ଦଳକୁ ପରାସ୍ତ କରିବା ପରେ ଦ୍ବିତୀୟ ମ୍ୟାଚରେ ଜିଲ୍ଲାପାଳ ଏକାଦଶ ( ବି ) ଦଳକୁ ପରାସ୍ତ କରି କ୍ବାଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଆସନ୍ତାକାଲି କେସିଙ୍ଗା ବ୍ଲକ ଦଳ ଗ୍ରୁପ୍ ସି ର ଅନ୍ୟ ଦଳ କର୍ଲାମୁଣ୍ଡା- ମ. ରାମପୁର ମଧ୍ୟରେ ହେବାକୁ ଥିବା ମ୍ୟାଚରେ ବିଜେତା ଦଳକୁ କ୍ବାଟର ଫାଇନାଲ ମ୍ୟାଚରେ ଭେଟିବ ବୋଲି ଜଣାଯାଇଛି।