ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଦଲାଲମାନେ ସକ୍ରିୟ

କେସିଙ୍ଗା-୧୦/୧୧ ରାଜ୍ୟରେ ଦ୍ବିତୀୟ ଜିଲ୍ଲା ଭାବେ କଳାହାଣ୍ଡି ଜିଲ୍ଲା ଧାନଚାଷ ପାଇଁ ପରିଚିତ। ହେଲେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ବିଳମ୍ବିତ ମଣ୍ଡି ଖୋଲିବା ନିଷ୍ପତ୍ତି ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛି। ଚଳିତବର୍ଷ ଆସନ୍ତା ୨୯ ତାରିଖରେ ମଣ୍ଡି ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାର ଫାଇଦା ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଲାଲମାନେ ସକ୍ରିୟ ହୋଇ ଗରିବ ଚାଷୀମାନଙ୍କ ଠାରୁ ଶାଗ ମାଛ ମୂଲ୍ୟରେ ଧାନ କିଣି ଶହ ଶହ କ୍ୟୁଣ୍ଟାଲ ନିଜ ଗୋଦାମରେ ଷ୍ଟକ୍ ରଖିଲେଶି। ଚଳିତବର୍ଷ ଚାଷ କାର୍ଯ୍ୟ ପ୍ରାରମ୍ଭରେ ଚାଷୀ ଅଭାବୀ ବର୍ଷାର ସମ୍ମୁଖୀନ ହୋଇଥିଲା ବେଳେ କିଛିଦିନ ପୂର୍ବେ ଲଗାଣ ବର୍ଷା ଓ ବାତ୍ୟା ଯୋଗୁଁ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛି। ଏପଟେ ଦଲାଲମାନଙ୍କ ଦ୍ବାରା ଅଭାବୀ ବିକ୍ରିର ଶିକାର ହୋଇ ଧାନଚାଷ ପ୍ରତି ବିମୁଖ ହେଲେଣି। ଏଣୁ ଜିଲ୍ଲା ପ୍ରଶାସନ ଧରପଗଡ କରି ଦଲାଲମାନଙ୍କ ଉପରେ ଦୃଢ଼ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *